Odisha news

ପିପିଲିରେ କେନ୍ଦ୍ରୀୟ ଟିମ୍ର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ

0

ପିପିଲି,୫ା୮: କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼ଃ ରଉତ ପଣ୍ଡୁରାଙ୍ଗ କେ. ଓ ବିଭାଗୀୟ ବୈଜ୍ଞାନିକ ରବିନ୍ଦ୍ର ଆର୍. ଭଟ୍ଟେ ଶୁକ୍ରବାର ପିପିଲି ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ବାସ୍ତବ ରୂପରେଖ ପରିଦର୍ଶନ କରିଥିଲେ ।

ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତିଶଙ୍କର ମହାପାତ୍ର, ପିପିଲି ବିଡିଓ ରଶ୍ମିତା ନାଥ, ଡେଲାଙ୍ଗ ବିଡିଓ ଦିଲିପ କୁମାର ଷଡଙ୍ଗୀ, ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା, ପୁରୀ ସଦର ବିଡିଓ ସମ୍ବିତ ଶତପଥୀ ପ୍ରମୁଖଙ୍କ ସହ ଉଭୟ ଅଧିକାରୀ ପ୍ରଥମେ ପିପିଲି ବ୍ଲକର ତେଇସିପୁର ପଂଚାୟତ ଅନ୍ତର୍ଗତ ନୂଆଗୋଡି ଗ୍ରାମ ସ୍ଥିତ ଅମ୍ରିତ ସରୋବରକୁ ପରିଦର୍ଶନ କରିଥିଲେ । ସେଠାକାର ଉନ୍ନୟନମୂଳକ କାର୍ଯ୍ୟକୁ ସେମାନେ ବୁଲି ଦେଖିବା ସହ ସେଠାରେ ବୃକ୍ଷରୋପଣ କରିଥିଲେ । ପରେ ନୂଆଗୋଡି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ସ୍ୱଚ୍ଛତା ସଂପର୍କରେ ସେମାନେ କ୍ଷେତ୍ର ପରିଦର୍ଶନ ପୂର୍ବକ ଅନୁଧ୍ୟାନ କରିଥିଲେ । ପରେ ବାଲିଗାଁ ଠାରେ ହୋଇଥିବା ଜୈବିକ କମ୍ପୋଷ୍ଟ ଖତ ପ୍ରକଳ୍ପ ସହ ବାଲିଗାଁ ସ୍ଥିତ ଭକ୍ତ ଦାସିଆ ପୀଠ ପରିଦର୍ଶନ କରିଥିଲେ ।

ଏହା ପରେ ପିପିଲି ଆର୍ଡବ୍ଲୁ୍ୟଏସ୍ଏସ୍ କାର୍ଯ୍ୟାଳୟ ପରିସରରେ ହୋଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ଏବଂ ପିପିଲି ପୌରାଂଚଳରେ ହୋଇଥିବା ରୁଫ୍ ଟପ୍ ହାର୍ଭେଷ୍ଟିଙ୍ଗ ଷ୍ଟ୍ରକ୍ଚର ଓ ହାଟସାହି ପଂଚାୟତରେ ପିଏମ୍ଏମ୍ଏସ୍ୱାଇ ଯୋଜନାରେ ହୋଇଥିବା ୩ଟି ମସô୍ୟଚାଷ ପ୍ରକଳ୍ପକୁ ସେମାନେ ବୁଲି ଦେଖିଥିଲେ । ଏହା ପରେ ସେମାନେ ପିପିଲି ବ୍ଳକ ପରିସରରେ ମିଶନ ଶକ୍ତି କାଫେକୁ ପରିଦର୍ଶନ କରିବା ସହ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହି କେନ୍ଦ୍ରୀୟ ଟିମ୍ର ଗସ୍ତ ସମୟରେ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ତେଇସିପୁର ସରପଂଚ ରଶ୍ମିତା ସେନାପତୀ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Govt
Leave A Reply