ପିପିଲି-ପିପିଲି ଜବାହର ବିଦ୍ୟାପୀଠର କ୍ରିଡା ଓ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ସେଠିଙ୍କ ସଭାପତିତ୍ୱରେ କ୍ରିଡା ଶିକ୍ଷକ ଜଗନ୍ନାଥ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପୁର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ଯୋଗଦେଇ ବିଦ୍ୟାଳୟ ପରିସରରେ ଥିବା ଜବାହାରଲାଲ ନେହୁରଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତୀ ପାଇଁ ବିଦ୍ୟାଳୟରେ ଶିକ୍ଷକ ଘରେ ଅଭିଭାବକ ମାନଙ୍କର ପିଲାଙ୍କ ପ୍ରତି ଲକ୍ଷ୍ୟ ରହିଲେ ଭଲ ଛାତ୍ରଛାତ୍ରୀ ଗଠନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ମହାରଥି ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୁର୍ବତନ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ ପରିଡା ଯୋଗଦେଇ ଚଳିତ ବର୍ଷ ଜବାହର ବିଦ୍ୟାପୀଠ ପୁରୀ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟର ମାନ୍ୟତା ପାଇଥିବା ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ସାଂସଦ ପ୍ରତିନୀଧି ପ୍ରଫୁଲ୍ଲ ସ୍ୱାଇଁ,ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ,ଉକôଳ ସାମ୍ବାଦିକ ସଂଘ ସାଧରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ନାୟକ,ପୁର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାଶ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସେକ୍ ମୁସ୍ତାବ ମହମ୍ମଦ,ସଦସ୍ୟ ଜବାହର ଖାଁ,ପୁର୍ବତନ ବିଜ୍ଞାପିତ ଅଂଚଳ ଅଧ୍ୟକ୍ଷ ସେକ୍ ବାବୁ,ଦିନ ଇ ଇଲାହି ଏଜୁକେସନ ଟ୍ରଷ୍ଟ ଅଧ୍ୟକ୍ଷ ଶଖାୟତ ଖାଁ ଓ ସଦସ୍ୟ ଅଭିମନୁ୍ୟ ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ସହକାରୀ ଶିକ୍ଷକ ରମାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଛି ।