Odisha news

ବିଧାୟକ ଓ ମନ୍ତ୍ରୀ ଘର କୁ ଘର ବୁଲି ଭୋଟ ପ୍ରଚାର କଲେ : ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କଲେ ପତ୍ନୀ ଜାଗୃତି

ପିପିଲି-ସ୍ୱାମୀ ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ଭୋଟ ମାଗିଲେ ପନôୀ ଜାଗୃତୀ ମହାରଥି । ଦିବଗଂତ ବିଧାୟକ ପ୍ରଦିପ ମହାରଥିଙ୍କ ବୋହୁ ତଥା ବିଜେଡି ପ୍ରାର୍ଥି ରୁଦ୍ରପ୍ରତାପ ମହାରଥିଙ୍କ ପନôୀ ଜାଗୃତି ପଣ୍ଡା ଆଜି ସଂଧ୍ୟାରେ ରୁପଦେଇପୁର ଗ୍ରାମପଂଚାୟତରେ ସ୍ୱାମୀଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଂଜନ ଦାଶ ଓ ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକଙ୍କ ସହିତ ଜାଗୃତି ମହାରଥି ମହିଳା ବିଜେଡି ସମାବେଶରେ ପଦଯାତ୍ରାରେ ସାମିଲ ହୋଇ ସ୍ୱାମୀ ରୁଦ୍ରଙ୍କ ପାଇଁ ଘର କୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ପ୍ରଥମେ ମଉଜିବେଗ ଗ୍ରାମ ପରେ ରୁପଦେଇପୁର ଗ୍ରାମରେ ପଦଯାତ୍ରା ଅନୁଷ୍ଟିତ ହୋଇଥିଲା ।

ପ୍ରଚାର ପାଇଁ ହାତରେ ବେଶୀଦିନ ନଥିଲା ବେଳେ ରୁପଦେଇପୁର ଗ୍ରାମପଂଚାୟତକୁ ବିଜେଡି ଫୋକସ କରିଛି ଏହା ବିଜେଡି ଗଡଭାବେ ବେଶ ପରିଚିତ ରହିଛି ।ା ବିଜେପି ପ୍ରାର୍ଥି ଆଶ୍ରୀତ ପଟ୍ଟନାୟକଙ୍କ ପଡୋଶୀ ପଂଚାୟତ ହୋଇଥିବାରୁ ବିଜେଡିର ଗଡ ସୁରକ୍ଷିତ ରଖିବାକୁ ଦଳ ହେଭିୱଟେ ନେତା ଓ ମନ୍ତ୍ରୀ ପ୍ରଚାରରେ ସାମିଲି ହୋଇଛନ୍ତି । ତେବେ ଜାଗୃତି ଘରକୁ ଘର ଯାଇ ସ୍ୱାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ବେଳେ ଲୋକଙ୍କ ସ୍ନେହ,ଶ୍ରଦ୍ଧା ଓ ଆଶ୍ରିବାଦ ମିଳୁଥିବା ଦେଖିବାକୁ ମିଳିଛି ।

ସେହୀପରି ତେଇସିପୁର ପଂଚାୟତ ଅର୍ନ୍ତଗତ ନୁଆଗୋଡି ଓ ପୋଡଙ୍ଗ ଗ୍ରାମରେ ତେଇସିପୁର ସମିତିସଭ୍ୟ ତଥା ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣିଧର ସାହୁ,ପୁର୍ବତନ ପିପିଲି ବ୍ଲକ ଅଧ୍ୟକ୍ଷ ଗଦାଧର ଦାଶ,ସରପଂଚ ନରେନ୍ଦ୍ର ଦାଶ,ଶିକ୍ଷାବିତ୍ ରାଜକିଶୋର ପ୍ରଧାନ , କେନ୍ଦ୍ରାପଡା ଯୁବ ବିଜେଡି ସଭାପତି ରାଜେଶ ଦାଶ,ପୁରୀ ଜିଲ୍ଲା ମହିଳା ବିଜେଡି ସଭାପତି ଶାନ୍ତିଲତା ପ୍ରଧାନ,ପଂଚାୟତ ବିଜେଡି ନେତ୍ରୀ ଉମାମଣି ରଥ,ସମ୍ପାଦକ ଶାନ୍ତିଲତା ପରିଡା ,ଯୁବନେତା ଫଗୁଭୁଷଣ ପରିଡା ପ୍ରମୁଖ ଘରକୁ ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରି ବିଜେଡି ବିଧାୟକ ପ୍ରାର୍ଥି ରୁଦ୍ରପ୍ରତାପ ମହାରଥିଙ୍କ ପାଇଁ ଭୋଟ ପାଇଁ ନିବେଦନ କରିଛନ୍ତି ।

Shares