Odisha news

ପିପିଲି : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବାଉଁସ ଗଛ ଜଳିଗଲା

ପିପିଲି-ପିପିଲି ଥାନା ଅର୍ନ୍ତଗତ କଣ୍ଟି ପଂଚାୟତ ନିଜିଗଡ କୁରୁଖି ଗ୍ରାମର ପାତ୍ରସାହୀର ବାଉଁସ ବଗିଚାରେ କୈାଣସି କାରଣ ବସତଃ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ବାଉଁସ ଜଳି ପାଉଁସ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ସୋମବାର ଦିନ ଅପରାହ୍ନ ସମୟରେ ପାତ୍ରସାହୀର ବାଉଁସ ବଗିଚାରେ ନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଲୋକ ଓ ପିପିଲିରୁ ଦମକଳ ବାହିନିଙ୍କ ସହଯୋଗରେ ନିଆଁକୁ ଆୟତ କରାଯାଇଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବାରେ କଷ୍ଟ ହୋଇ ପଡିଥିଲା । ଖବର ପାଇ ଦମକଳ ବାହିନି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ବେଳକୁ ପ୍ରାୟ ୫ ଏକର ବିଶିଷ୍ଟ ବାଉଁସ ବଗିଚା ପୋଡି ପାଉଁସ ହୋଇଯାଇଥିଲା । ପିପିଲି ତହସିଲଦାରଙ୍କ ନିଦେ୍ଦର୍ଶକ୍ରମେ କଣ୍ଟି ର ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଂଚି ସରଜମିନି ତଦନ୍ତ କରିଥିବା ଜଣାପଡିଛି ।

Comments are closed.