ପିପିଲି : ପିପିଲି ପୈାରାଂଚଳ ଅଧିନସ୍ଥ ୱାର୍ଡ-୦୧ ପିପିଲି ଶାସନଠାରେ ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରକଳ୍ପକୁ ପୁର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥି ଆନୁଷ୍ଠାନିକ ଭାବେ ଯୋଗଦେଇ ଶୁଭ ଉଦଘାଟିତ ହୋଇଯାଇଛି ।
ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ନିଳକଣ୍ଠ ବେହେରା,ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ,ପୁର୍ବତନ ପିପିଲି ଏନଏସି ଅଧ୍ୟକ୍ଷ ସେକ୍ ବାବୁ,ପୁର୍ବତନ କାଉନସିଲର ଅଜୟ ମହାରଣା ଓ ଗର୍ଦ୍ଧବ ପରିଡା,ସମବାୟବିତ୍ ସଦାଶିବ ଦାଶ,ମାଇନରଟି କମିଟି ଉପସଭାପତି ମହମ୍ମଦ ଗୁଲଜାର,ସନ୍ତୋଷ କୁମାର ସାହୁ,ସାନିଟାଇଜର ସୁପରଭାଇଜର ବିଜୟ କୁମାର କୋଦମା ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।
ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରକଳ୍ପଟି ପ୍ରାୟ୧୭ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ ଅଟକଳ ମୁଲ୍ୟରେ ନିର୍ମିତ ହୋଇଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ବିଭୁତୀ ତ୍ରିପାଠୀ ସୁଚନା ଦେଇଛନ୍ତି ।
