ପିପିଲି : ପିପିଲି ଥାନା ଅଧିନସ୍ଥ ପାଣିଦୋଳ ପଂଚାୟତର ଅନନ୍ତପୁରସ୍ଥିତ ଦୟା ନଦୀରେ ଏକ ଅଚିହ୍ନା ବ୍ୟକ୍ତିର ଶବକୁ ପିପିଲି ପୁଲିସ ଜବତ କରିଛି । ଏକ ଅପମୃତ ମାମାଲା ରୁଜୁ ୯/୨୦ରେ ଶବକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଯାଇଥିବା ଗୈାରାଙ୍ଗ ଚରଣ ପୁଷ୍ଟିଙ୍କ ଠାରୁ ପ୍ରକାଶ । ମିଳିଥିବା ତଥ୍ୟନୁଯାଇ ଏହି ଅଜଣା ଶବଟି ଦୟା ନଦୀର ପାଣିରେ ଭାସି ଯାଉଥିବା ବେଳେ ଏହା ଅନନ୍ତପୁର ଗ୍ରାମ ନିକଟସ୍ଥ କୂଳରେ ଲାଗିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ ।ପିପିଲି ଥାନା ।
ଧିକାରୀଙ୍କ ନିଦେ୍ର୍ଦଶକ୍ରମେ ପିପିଲି ଥାନା ସେକେଣ୍ଡ ଅଫିସର ସନ୍ଦିପ କୁମାର ଦାଶ ଓ ଏଏସଆଇ ରବିନାରାୟଣ ନାୟକ ଘଟଣାସ୍ଥଳେ ପହଂଚି ଶବକୁ ଜବତ କରିଥୀଲେ ।ଉକ୍ତ ବ୍ୟକ୍ତି ଜଣକ ଶରୀରେ ଏକ କଳା ରଙ୍ଗର ଟି ସାର୍ଟ ବାନିୟନ ସହିତ ସର୍ଟ ପ୍ୟାଣ୍ଟରହିଥିବା ସହ ବୟସ ଆନୁମାନିକ ୩୫ ରୁ ୪୦ ବର୍ଷ ହେବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ ମିଳିଛି । ତେବେ ଏହା ଏକ ଆତ୍ମହତ୍ୟା କି ହତ୍ୟା ସର୍ମ୍ପକରେ ପୁଲିସ ଅନ୍ୁସନ୍ଧାନ ଜାରୀ ରଖିବା ସହିତ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି ।