ପିପିଲି ୭/୮ – ପିପିଲିରେ ଶୁକ୍ରବାର ଦୁଇ ବିବାହିତା ମହିଳାଙ୍କ ସମେତ ପୁଣି ନୂଆ ତିନିଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ କ୍ୱାରେଂଟାଇନ ସେଂଟରର ଥିବାବେଳେ ଅନ୍ୟ ୨ଜଣ ଲୋକାଲ କେସ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନିଆଯାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପମସରା ଗ୍ରାମପଂଚାୟତ ର ପମସରା ଗାଁ ରୁ ୩୪ବର୍ଷ ବୟସ୍କା ଜଣେ ବିବାହିତା ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହି ମହିଳା ଜଣକ ଅସୁସ୍ଥତା ହେତୁ ଚିକିସôା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ଯାଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ କୋଭିଡ ଟେଷ୍ଟ ହୋଇଥିଲା । ଟେଷ୍ଟରେ ପୋଜିଟିଭ୍ ରିପୋର୍ଟ ଆସିଛି । ଏହି ବ୍ଲକର ସଅଁପୁର ପଂଚାୟତର ଚଉଦମାଣ ଗାଁରୁ ଜଣେ ୪୫ ବର୍ଷ ବୟସ୍କ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ତିନିଦିନ ତଳେ ଗଜପତି ଜିଲ୍ଲାରୁ ଫେରିଥିଲେ । ସେ ଅନ୍ୟ ଜିଲ୍ଲାରୁ ଆସିଥିବାରୁ କୋଭିଡ ଗାଇଡଲାଇନ ଅନୁସାରେ ତାଙ୍କୁ ଚଉଦମାଣ ଗାଁ ଠାରେ ଥିବା ଅସ୍ଥାୟୀ ଚିକିସôା କେନ୍ଦ୍ର(ଟିଏମସି)ରେ ରଖାଯାଇଥିଲା ।
ଫେରିବା ସମୟରେ ତାଙ୍କ ଠାରେ ଥଣ୍ଡା, କାଶ, ସର୍ଦ୍ଦିର ଲକ୍ଷଣ ଥିବାରୁ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା । ତାଙ୍କର ପୋଜିଟିଭ ରିପୋର୍ଟ ଆସିଛି । ଏହି ଦୁଇଜଣଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିମାପଡାସ୍ଥିତ କୋଭିଡ କେୟାର ସେଂଟରକୁ ନିଆଯାଇ ଚିକିସôା କରାଯାଉଛି । ଅନ୍ୟ ଜଣେ ୪୮ବର୍ଷ ବୟସ୍କା ମହିଳା ଜଗନ୍ନାଥପୁର ଅଡଙ୍ଗପଡା ଗାଁରୁ ସଂକ୍ରମିତ ହୋଇଛନ୍ତି । ତାଙ୍କର ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ହେତୁ ଚିକିସôା ହେବା ପାଇଁ କଟକ ବଡ ଡାକ୍ତରଖାନା ଯାଇଥିଲେ । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ସହ କୋଭିଡ ଟେଷ୍ଟ କରାଯିବାରେ ପୋଜିଟିଭ ରିପୋର୍ଟ ଆସିଥିଲା । ତାଙ୍କୁ ସେଠାରେ ହିଁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବାର ଖବର ମିଳିଛି । ଦୁଇ ସଂକ୍ରମିତ ମହିଳାଙ୍କ କଂଟାକ୍ଟ ଟ୍ରେସିଂ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସଂକ୍ରମିତମାନଙ୍କ ବାସସ୍ଥାନ ଅଂଚଳକୁ ଏହି ରିପୋର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ସାନିଟାଇଜ କରାଯାଇନାହିଁ କିମ୍ବା କଂଟେନମେଂଟ କରାଯାଇନଥିବାର ସୂଚନା ମିଳିଛି । ଏହି ୩ଜଣ ଚିହ୍ନଟ ହେବା ପରେ ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ୫୬ରେ ପହଂଚିଛି ।
