ପିପିଲି ୬/୮ – ପିପିଲିରେ ଗୁରୁବାର ପୁଣି ୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ କ୍ୱାରେଂଟାଇନ ସେଂଟରର ଥିବାବେଳେ ଅନ୍ୟ ୩ଜଣ ଲୋକାଲ କେସ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତମାନେ ସମସ୍ତେ ପୁରୁଷ ଓ ଜଣେ ପିପିଲି ପୌରାଂଚଳର । ସେମାନଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନିଆଯାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପମସରା ଗ୍ରାମପଂଚାୟତ ର କାଇରୀ ଠାରେ ଥିବା ଅସ୍ଥାୟୀ ଚିକିସôା କେନ୍ଦ୍ର(ଟିଏମସି) କ୍ୱାରେଂଟାଇନରୁ ୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ରାଜ୍ୟ ବାହାରୁ ଆସିଥିଲେ । ଏହି ଚାରିଜଣଙ୍କ ମଧ୍ୟରୁ ଜଣେ ନିଜର ସଙ୍ଗରୋଧ ଅବଧି ଶେଷ କରି ଘରକୁ ଫେରି ଯାଇଛନ୍ତି । ଲକ୍ଷ୍ମୀନାରାୟଣପୁର ପଂଚାୟତର ଜଣେ ୨୭ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରି ଏହି କ୍ୱାରେଂଟାଇନ ରେ ରହୁଛନ୍ତି ।
ଦ୍ୱିତୀୟ ଜଣକ ଯଶୁଆପୁର ପଂଚାୟତ ପାରିପୋଟଳୀ ଗାଁର ଜଣେ ୨୩ବର୍ଷିୟ ଯୁବକ, ସେ ମୁମ୍ବାଇରୁ ଫେରିଥିଲେ । ତୃତୀୟ ଜଣକ ପମସରା ପଂଚାୟତ ଭଉଳ ଗ୍ରାମର ଜଣେ ୫୩ ବର୍ଷ ବୟସ୍କ ପୁରୁଷ, ସେ ପଶ୍ଚିମବଙ୍ଗରୁ ଫେରିଥିଲେ । ଶେଷ ଜଣକ ସରସ୍ୱତୀପୁର ପଂଚାୟତର ୨୪ବର୍ଷିୟ ଯୁବକ, ସେ ମହାରାଷ୍ଟ୍ରର ରାୟଗଡରୁ ଫେରିଥିଲେ । ଏହି ଯୁବକ ଜଣକ ନିଜର ସଙ୍ଗରୋଧ ଅବଧି ଶେଷ କରି ନିଜ ଗ୍ରାମକୁ ଫେରିଯାଇଥିବାରୁ ତାଙ୍କ ସଂସ୍ପର୍ଶରେ କିଏକିଏ ଆସିଛନ୍ତି ତାହାକୁ ଖୋଜିବାକୁ ଗୁରୁତ୍ୱ ଦିଆଯାଇଛି । ଏମାନଙ୍କର ଗତ ୨ତାରିଖରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଯାଇଥିଲା । ଅନ୍ୟ ଗୋଟିଏ ଲୋକାଲ କେସ ରହିଛି ।
ପମସରା ପଂଚାୟତର କୌଶଲ୍ୟାପୁରର ଜଣେ ୪୮ବର୍ଷ ପୁରୁଷ ଭୁବନେଶ୍ୱରରେ ଏକ ସଂସ୍ଥାରେ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବାବେଳେ ଅସୁସ୍ଥତା ହେତୁ ଏକ ଘରୋଇ ହସପିଟାଲ ଯାଇଥିଲେ । ସେଠାରେ ତାଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ପୋଜିଟିଭ୍ ରିପୋର୍ଟ ଆସିଛି । ଲକ୍ଷ୍ମୀନାରାୟଣ ପୁର ପଂଚାୟତ ମଗଲପୁର ଅଂଚଳର ୩୬ବର୍ଷ ବୟସର ଜଣେ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ କ୍ୟାପିଟାଲ ହସପିଟାଲ ରେ ସ୍ୱାବ୍ ଟେଷ୍ଟ କରାଇଥିବାବେଳେ ଆଜି ତାଙ୍କ ରିପୋର୍ଟ ପୋଜିଟିଭ୍ ଆସିଛି । ପିପିଲି ପୌରାଂଚଳ ସିଂସାହିର ଜଣେ ୨୯ବର୍ଷ ବୟସ୍କ ପୁରୁଷ ମଧ୍ୟ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିସôାଧୀନ ଥିବାବେଳେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ତାଙ୍କର ରିପୋର୍ଟରେ ପୋଜିଟିଭ୍ ଆସିଥିବାବେଳେ ସେ ସେହି ହସପିଟାଲରେ ରହିଥିବାର ଖବର ମିଳିଛି । ଏହି ଲୋକାଲ କେସ ସଂକ୍ରମିତମାନଙ୍କ କଂଟାକ୍ଟ ଟ୍ରେସିଂ କରାଯିବ
ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । କ୍ୱାରେଂଟାଇନ ଅବଧି ସାରି ଘରକୁ ଫେରିଯାଇଥିବା ଓ ଅନ୍ୟ ତିନି ଲୋକାଲ କେସ ସଂକ୍ରମିତଙ୍କ ବାସସ୍ଥାନ ଅଂଚଳକୁ ଏହି ରିପୋର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ସାନିଟାଇଜ କରାଯାଇନାହିଁ କିମ୍ବା କଂଟେନମେଂଟ କରାଯାଇନଥିବାର ସୂଚନା ମିଳିଛି । ଏହି ୭ଜଣ ଚିହ୍ନଟ ହେବା ପରେ ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ୫୩ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ପୌରାଂଚଳର ୮ଜଣ ଥିବାବେଳେ ଅବଶିଷ୍ଟ ଗ୍ରାମାଂଚଳର ରହିଛନ୍ତି ।
