Odisha news

୪୬ରେ ପହଂଚିଲା ସଂକ୍ରମିତଙ୍କ ସଂଖ୍ୟା : ପିପିଲିରେ ଜଣେ ଗର୍ଭବତୀଙ୍କ ସମେତ ୩ ସଂକ୍ରମିତ ଚିହ୍ନଟ

0

ପିପିଲି ୫/୮- ପିପିଲିରେ ବୁଧବାର ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ଦୁଇଜଣ ପୁରୁଷ ରହିଛନ୍ତି । ସେମାନଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନିଆଯାଇଛି । ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ୪୬ରେ ପହଂଚିଛି । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ପୌରାଂଚଳର ନରସିଂହପୁରର ଜଣେ ଗର୍ଭବତୀ ମହିଳା(୨୩ବର୍ଷ) ସଂକ୍ରମିତ ହୋଇଛନ୍ତି । ସେ ଗର୍ଭଧାରଣ କରିବା ସଂପର୍କୀତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଭୁବନେଶ୍ୱରର ଏକ ହସପିଟାଲ ଯାଇଥିଲେ । ସେଠାରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ପୋଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପୁରୀସ୍ଥିତ କୋଭିଡ ଯତ୍ନ କେନ୍ଦ୍ରକୁ ନିଆଯାଇଛି । କୁଳଶିଖର ପାଟଣା ପଂଚାୟତରୁ ୩୬ବର୍ଷ ବୟସ୍କ ଜଣେ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେ ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱରକୁ ଚିକିତ୍ସ୍ୟାତ ହେବା ପାଇଁ ଯାଇଥିଲେ । ସେଠାରେ ତାଙ୍କର କରୋନା ସଂକ୍ରମଣ ସଂପର୍କରେ ଜାଣିବା ପାଇଁ ପରୀକ୍ଷା କରାଯାଇଥିଲା । ତାଙ୍କର ପୋଜିଟିଭ ରିପୋର୍ଟ ଆସିବା ପରେ ଆଜି ତାଙ୍କୁ ନିମାପଡାରେ ଥିବା କୋଭିଡ କେୟାର ସେଂଟରକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ନେଇଛନ୍ତି । ଅନ୍ୟ ଜଣେ ୨୬ବର୍ଷ ବୟସ୍କ ପୁରୁଷ ନିଜର ଶାରୀରିକ ଅସୁସ୍ଥତା ନେଇ ଅଧିକ ଚିକିତ୍ସ୍ୟା ହେବା ପାଇଁ କଟକ ଯାଇଥିଲେ । ସେଠାରେ ଟେଷ୍ଟ କରାଯିବାରେ ରିପୋର୍ଟ ପୋଜିଟିଭ୍ ଆସିବାରୁ ତାଙ୍କୁ ସେଠାରେ ଏକ କୋଭିଡ ସେଂଟରରେ ରଖାଯାଇ ଚିକିତ୍ସ୍ୟା ଜାରି ରହିଛି । ଏହି ସଂକ୍ରମିତମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ ସଂପର୍କରେ ଅନୁସନ୍ଧାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଜଣକ ସୂଚନା ଦେଇଛନ୍ତି । ଏହି ସଂକ୍ରମିତମାନଙ୍କ ବାସସ୍ଥାନ ଅଂଚଳ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସାନିଟାଇଜ କରାଯାଇନାହିଁ କିମ୍ବା କଂଟେନମେଂଟ କରାଯାଇନଥିବାର ଜଣାପଡିଛି ।

Nalco
Leave A Reply