ପିପିଲି-ପିପିଲି ବ୍ଲକ ଅନ୍ତର୍ଗତ ତରାକାଜ ନିକଟସ୍ଥ ଉଦ୍ୟାନ କୃଷି ତାଲିମ ଓ ସମ୍ପ୍ରସାରଣ କେନ୍ଦ୍ର କାର୍ଯ୍ୟାଳୟ ଠାରେ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁଙ୍କ ସଭାପତିତ୍ୱ ରେ ଉଦ୍ୟାନ ସାଥୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନଭାବେ ନିଯୁକ୍ତି ପାଇଥିବା ଉଦ୍ୟାନ ସାଥି ମାନଙ୍କୁ ବୈଠକରେ ପ୍ରଥମେ ସ୍ୱାଗତ କରାଯାଇଛି । ମହାବାତ୍ୟା ଫନିରେ ପୁରୀ ଜିଲ୍ଲାରେ ନଡିଆ ଚାଷ ଉପରେ ବେଶ ପ୍ରଭାବ ପଡିଥିଲା ।
ଚାଷୀ ମାନଙ୍କର ନଡିଆ ଗଛ ସବୁ ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି କ୍ଷତିଗ୍ରସ୍ତ ଭିତରେ ପିପିଲି ବ୍ଲକରେ ନଡିଆ ଚାଷୀଙ୍କର ବହୁତ କ୍ଷତି ହୋଇଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୁର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି କ୍ଷତିଗ୍ରସ୍ତ ନଡିଆ ଚାଷୀମାନଙ୍କୁ ଏମ୍ଜିଏନ୍ଆରଜିଏସ୍ ମାଧ୍ୟମରେ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସ୍ୱତନ୍ତ୍ର ଭାବେ ଉଦ୍ୟାନ ସାଥୀ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଆତ୍ମା ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଏହି ବୈଠକରେ ସୁଚନା ଦେଇଛନ୍ତି ।
ବ୍ଲକରେ ୩୦ହଜାର କ୍ଷତିଗ୍ରସ୍ତ ନଡିଆ ଚାଷୀମାନଙ୍କୁ ପ୍ରାୟ ୮୦ ହଜାର ନଡିଆ ଚାରା ଏହି ଉଦ୍ୟାନ ବିଭାଗ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯିବ । କ୍ଷତିଗ୍ରସ୍ତ ଛାଷୀମାନଙ୍କୁ ଚାରା ରୋପଣ ନିମନ୍ତେ ରକ୍ଷାଣ ବେକ୍ଷଣ ପାଇଁ ସରକାରୀ ଧାର୍ଯ୍ୟ ଟଙ୍କା ସହିତ କୀଟନାଶକ େଓା÷ଷଧ ଓ ଜୈବିକ ସାର ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ମାଗଣା ରେ ଯୋଗାଇ ଦିଆଯିବ ବୋଲି ସୁଚନା ଦିଆଯାଇଛି । ନୁତନଭାବେ ନିଯୁକ୍ତି ପାଇଥିବା ଉଦ୍ୟାନ ସାଥୀ ମାନଙ୍କୁ ଏହି ବିଭାଗ ପକ୍ଷରୁ ଅଫିସ କାର୍ଯ୍ୟ ଶୈଳି ସହିତ ଅଂଚଳରେ କାର୍ଯ୍ୟକରିବା ଉପରେ ପରାମର୍ଶ ଦିଆଯାଇଛି । ଆଇନୀଜିବି ଶ୍ରୀଧର ପ୍ରଧାନ ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ସୁବାଷ ଚନ୍ଦ୍ର କରଙ୍କ ସହିତ ଉଦ୍ୟାନ ସାଥୀ ପ୍ରମୁଖମାନେଏହି ବୈଠକରେ କୋଭିଡ୍-୧୯ର ନିୟମରେ ସାମାଜିକ ଦୁରତା ବଜାୟ ରଖି ମୁହଁରେ ମାକ୍ସ ପିନ୍ଧି ଯୋଗ ଦେଇଥିଲେ ।