ପିପିଲି : ଜଣେ୨୪ ବର୍ଷିୟା ବିବାହିତ ମହିଳାଙ୍କ ଠାରେ କରୋନା ଆକ୍ରାନ୍ତ ରୋଗି ଚିହ୍ନଟ ହେବା ପରେ ଦାଣ୍ଡମୁକୁନ୍ଦ ପୁର ପାର୍ଟ୧ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ପିପିଲି-;ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ପଂଚାୟତ ଅଂଚଳରେ ଜଣେ୨୪ ବର୍ଷିୟା ବିବାହିତ ମହିଳାଙ୍କ ଠାରେ କରୋନା ଆକ୍ରାନ୍ତ ରୋଗି ଚିହ୍ନଟ ହେବା ପରେ ଦାଣ୍ଡମୁକୁନ୍ଦ ପୁର ପାର୍ଟ୧ ଅଂଚଳକୁ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଙ୍କ ନିଦେ୍ର୍ଦଶରେ ଆଜିଠାରୁ ଅନିଷ୍ଠ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ବନ୍ତଳସିଂହ ରାସ୍ତାର ନିଳକଣ୍ଠଶ୍ୱର ମନ୍ଦୀର ପର୍ଯ୍ୟନ୍ତ ଅଂଚଳକୁ ବାଉଁସ ବାଡ କରାଯାଇ ସମ୍ପୁର୍ଣ୍ଣ ସିଲ କରାଯାଇଛି ।
ଦାଣ୍ଡମୁକୁନ୍ଦପୁର ପାର୍ଟ୧ ରାସ୍ତାକୁ ସଂଯୋଗ କରୁଥିବା ମଠସାହୀ ରାସ୍ତା,ପ୍ରଧାନ ସାହୀ ରାସ୍ତା, ଅନ୍ୟଏକ ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି ।ଏହି ଅବରୋଧ ଅଂଚଳ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ,ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିବା ପାଇଁ ନିଦେ୍ଦର୍ଶ ଦିଆଯାଇଛି । ଏହି ଅଂଚଳ ମଧ୍ୟକୁ ବାହାର ଲୋକ ଏବଂ ଅଂଚଳ ଲୋକ ଗ୍ରାମକୁ ନଯିବା ପାଇଁ ବାରଣ କରାଯାଇଛି । ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ଚିକିତ୍ସା ସୁବିଧା ର ସୁବନେ୍ଦାବସ୍ତ କାର୍ଯ୍ୟ କରିବା ପାଇଁ ବ୍ଲକ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି । ଅନ୍ୟପଟେ କରୋନା ସଂକ୍ରମିତ ରୋକିବା ପାଇଁ ପଂଚାୟତବାସୀଙ୍କୁ ସାମାଜିକ ଦୁରତା ବଜାୟ ରଖିବା ସହିତ ମୁହଁରେ ମାକ୍ସ ପିନ୍ଧିବା,ସାବୁନୁ ରେ ହାତ ଗୋଡ ଭଲ ଭାବରେ ଧୋଇବା ସହ ଘରୁ କେହୀ ଅଯଥାରେ ବାହାରକୁ ନବାହାରିବା ପାଇଁ ସରପଂଚ ଶ୍ରୀମତି ପଣ୍ଡା ପରାମର୍ଶ ଦେଇଛନ୍ତି ।
