Odisha news

ଚୋରା ଗଂଜେଇ ଜବତ ଦୁଇ ଗିରଫ

0
ପିପିଲି :  ସକାଳେ ପିପିଲି ପୁଲିସ ର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଦୁଇ ଗଂଜେଇ ଚୋରା ଚାଲାଣ କାରି ଯୁବକଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ଦଶ କିଲୋ ଚାରିସହ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇ ଛନ୍ତି. ଜଣାଯାଏ ଏହି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀଧର ଖୁଣ୍ଟିଆ 37,ଆରୁହା ଗ୍ରାମର ବିଜୟ କୁମାର ଖଟେଇ (34) ଉକ୍ତଦିନ ଏକ ବାଇକ ଯୋଗେ ଗଞ୍ଜେଇ ଲଦିକରି ପିପିଲି ପଛପାର୍ସ କେନାଲ ରାସ୍ତାରେ ଜଟଣୀ ଅଭିମୁଖେ ଯାଉଥିବା ସମୟରେ ପିପିଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ଏହି ଯୁବକ ଦ୍ୱୟଙ୍କୁ ଧରି ସେମାନଙ୍କୁ ଥାନାକୁ ନେଇଥିଲେ ଏବଂ ସେମାନଙ୍କ ଠାରୁ ଗଞ୍ଜେଇ ସହିତ ଏକ ଟ୍ରଲି ବ୍ୟାଗ, ବାଇକ,ଦୁଇଟି ମୋବାଇଲ ଏବଂ 650ଟଙ୍କା ମାଜିଷ୍ଟ୍ରେଟ ସମ୍ମୁଖରେ ଜବତ କରିଛନ୍ତି. ଉକ୍ତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ବୋଲି ପୁଲିସ ସୂତ୍ରରୁ ଜାଣିବାକୁ ମିଳିଛି. ପୁଲିସ କେସ ନମ୍ବର 375/24  ଏନ ଡି ପି ଏସ ଆକ୍ଟ ଅନୁଯାଇ ମୋକଦମା ୠଜୁକରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି.ସେମାନଙ୍କ ଜାମିନ ନା ମଂଜୁର ହେବାରୁ ନିମାପଡା ଜେଲକୁ ପଠା ଯାଇଅଛି.ଅଭିଯୁକ୍ତ ଏହି ଗଞ୍ଜେଇ କୁ ଚେନାଇ ପଠାଇ ଥାନ୍ତେ ବୋଲି ଜାଣିବାକୁ ମିଳିଛି.
Nalco
Leave A Reply