ପିପିଲି – ସବ୍ୟୁ – ରବିବାର ସକାଳେ ପୁରୀ ଅଭୁବନେଶ୍ୱର ଜାତୀୟ ରାଜପଥର ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଆ ବାଙ୍କ ଠାରେ ପୁରୀ ଅଭିମୁଖେ ଯାଉଥିବା ଏକ ହୁଣ୍ଡାସିଟି କାର ଦକ୍ଷିଣ ପାର୍ଶରୁ ପଶିଆସିଥିବା ଏକ ଷଣ୍ଡକୁ ପଞ୍ଚାଇବାକୁ ଯାଇ ବାମପଟରେ ଅନ୍ୟଏକ ଓଲା ବାଇକ କୁ ଧକା ଦେଇ ବାଇକ ସହ ରାସ୍ତା କଡ଼ ନଏନଜୋର ଖସିପଡ଼ିଥିଲା ଏବଂ ତତକ୍ଷଣାତ କାର ରେ ନିଆଁ ଲାଗିଯାଇଥିଲା.
କିନ୍ତୁ ସୌଭାଗ୍ୟ ବଶତଃ କାର ରେ ଥିବା ଗୋଟିଏ ତିନି ମାସର ଶିଶୁ ସମେତ ଚାରିଜଣ ଆହତ ଅବସ୍ଥାରେ ବାହାରକୁ ବାହାରି ଆସି ରକ୍ଷା ପାଇଯାଇଥିଲେ. ଖବର ପାଇ ଘଟଣା ସ୍ଥଳରେ ରାଜପଥ ପିସିଆର ତୁରନ୍ତ ପହଂଚି ଉକ୍ତ ଚାରିଜଣ ଙ୍କ ସମେତ ଆହତ ଦୁଇ ବାଇକ ଆରୋହୀଙ୍କୁ ଉଦ୍ଧାର କରି ମଙ୍ଗଳପୁର ଏବଂ ପିପିଲି ଡାକ୍ତର ଖାନରେ ଭର୍ତ୍ତି କରିଛନ୍ତି. ପିପିଲି ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ନିଆଁ କୁ ଲିଭାଇ ଥିଲେ. ମାତ୍ର କାର ଟିର ଅଧିକାଂଶ ଅଂଶ ଜଳିଯାଇଅଛି.ପିପିଲି ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇ ଛନ୍ତି