ପିପିଲି : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର ଦିନ ପିପିଲି ଡେଲାଙ୍ଗରେ ଶେଷ ହୋଇଥିବା ମତଦାନ ଭାଗ ହୋଇଥିବା ଜାଣିବାକୁ ମିଳିଅଛି. ଦୁଇ ଲକ୍ଷ ସଇଁତ୍ରୀସ ହଜାର ଏକସହ ଅଠେଇସି ମାତଦାତା ଙ୍କ ପାଇଁ ମତଦାନ ନିମନ୍ତେ ପିପିଲି ରେ 274ଟି ମତଦାନ କେନ୍ଦ୍ରରେ 70ଭାଗ ରୁ ଅଥିକ ମତ ଦାନ ହୋଇଅଛି.ଖବର ଲେଖା ହେବା ପର୍ଯ୍ୟନ୍ତ ଅନେକ ବୁଥ ରେ ମତଦାନ ଚାଲି ଥିବାରୁ ମତଦାନ ହାର ବଢିବାର ସମ୍ଭାବନା ରହିଛି.ସାରା ଦିନ ପ୍ରବଳ ଖରା ଗରମ କୁ ଖାତିର ନକରି ଅତି ଆଗ୍ରହ ରେ ଧାଡ଼ିବାନ୍ଧି ଭୋଟ କେନ୍ଦ୍ର ଆଗରେ ସହ ସହ ମହିଳା ଏବଂ ପୁରୁଷ ଭୋଟର ଭୋଟ ଦେବା ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା.ପାଣିଦଳ ଠାରେ ବିଜେଡି ପାର୍ଥୀ ତଥା ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମତଦାନ କରିଥିବା ବେଳେ ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ ତାଙ୍କ ନିଜ ଗ୍ରାମ ଚନ୍ଦ୍ରଦେଇପୁର ଠାରେ ମତଦାନ କରିଛନ୍ତି.ପିପିଲି ବ୍ଲକ ଗୋବିନ୍ଦପୁର 171ବୁଥ ଏବଂ ବୀରପୁରଷତ୍ତମ ସମେତ କେତକ ବୁଥ ରେ ଇଭିଏମ ତ୍ରୁଟି ପାଇଁ କିଛି ସମୟ ମତଦାନ ବାଧା ପ୍ରାପ୍ତ ହୋଇଥିଲେ ମଧ୍ୟ ପରେ ମତଦାନ ଠିକଠାକ ଚାଲିଥିଲା.କେତକ ବୁଥ ରେ ରାତ୍ରି ଆଠଟା ପର୍ଯ୍ୟନ୍ତ ମତଦାନ ହୋଇଥିବାର ଜାଣିବାକୁ ମିଳିଛି.ଅନେକ ବୁଥ ରେ ଟେଣ୍ଟ କିମ୍ବା ଛାମୁଡ଼ିଆ କରାଯାଇ ନଥିବାରୁ ପ୍ରବଳ ଖରାରେ ଭୋଟର ମାନଙ୍କୁ ନାହିଁ ନଥିବା ଯନ୍ତ୍ରଣା ଭୋଗିବାକୁ ପଡିଥିଲା.
