Odisha news

ପିପିଲିରେ ନିର୍ବାଚନୀ ହିଂସା : ସମିତି ସଭ୍ୟଙ୍କ ସମେତ ଦୁଇ ଗୁରୁତର ଚାରି ଆହତ , ବିଜେପି ପକ୍ଷରୁ ଥାନା ଘେରାଉ.

0

ପିପିଲି : ଗୁରୁବାର ମଧ୍ୟ ରାତ୍ରରେ ପିପିଲି ଥାନା ଅନ୍ତର୍ଗତ ସୁହାଗପୁର ସୁବୁଦ୍ଧି ପଡା ଠାରେ ଏକ ନିର୍ବାଚନୀ ହିଂସାରେ ମଙ୍ଗଳପୁର ପଂଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଦୁଇ ଜଣ ଗୁରୁତର ହୋଇ ଭୁବନେଶ୍ୱର ସରକାରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି.ପିପିଲି ଥାନାରେ ଦିଆଯାଇଥିବା ଉପେନ୍ଦ୍ର ବେହେରାଙ୍କ ଅଭିଯୋଗ ରୁ ଜଣା ଯାଏ ଉକ୍ତ ରାତ୍ରିରେ ସୁହାଗପୁର ଗ୍ରାମରଆଦିତ୍ୟ ପ୍ରସାଦ ପାଣି ଙ୍କ ଘର ଉପରକୁ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ବସ୍ତିଆ ଙ୍କ ପରିବାର ଲୋକ ଏବଂ ଆଉକେତକ ଲୋକ ଙ୍କ ପକ୍ଷରୁ ଟେକା ପଥର ମାଡ ହୋଇଥିଲା ଏ ସମ୍ପର୍କରେ ଆଦିତ୍ୟ ତୁରନ୍ତ ପିପିଲି ପୋଲିସ କୁ ଜଣାଇଥିଲେ ମଧ୍ୟ ପୋଲିସ ପହଂଚିବାରେ ବିଳମ୍ବ କରିବାରୁ ସେ ଆକ୍ରମଣ ସମ୍ପର୍କରେ ନିକଟସ୍ଥ ମଙ୍ଗଳପୁର ପଂଚାୟତର ବିଜେପି ର ସମିତି ସଭ୍ୟ ଗଦାଧର ପରିଡ଼ାଙ୍କୁ ଜଣାଇଥିଲେ. ଖବର ପାଇ ଗଦାଧର ତାଙ୍କ ସମର୍ଥକଙ୍କ ସହିତ ଘଟଣା ସ୍ଥଳରେ ପହଂଚିବା କ୍ଷଣି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା. ଫଳରେ ଗଦାଧରଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ସଞ୍ଜୟ କୁମାର ପଣ୍ଡା ଗୁରୁତର ଆହତ ହୋଇଛନ୍ତି.ଗଣ୍ଡଗୋଳ ପରେ ପିପିଲି ବିଜେପି ପକ୍ଷରୁ ଥାନା ଘେରାଉ କରାଯାଇଥିଲା ମାତ୍ର ଏସ୍ଡ଼ିପିଓ ବିରଞ୍ଚି ନାରାୟଣ ପତି ସେମାନଙ୍କୁ ବୁଝାସୁଝା କରିବା ପରେ ଥାନା ଘେରାଉ ହଟି ଥିଲା. ପିପିଲି ଥାନା ଆଇଆଇସି ଦୀପକ ଖଣ୍ଡାୟତ ରାୟ ଏସ୍ଡ଼ିପିଓ ବିରଞ୍ଚି ନାରାୟଣ ପତି ସଦଳବଳେ ଗଣ୍ଡଗୋଳ ସ୍ଥାନରେ ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଶୃଙ୍ଖଳା ରକ୍ଷା ପାଇଁ ମଙ୍ଗଳପୁର ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରିଛନ୍ତି . ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି.ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି.

Ad2
Leave A Reply