Odisha news

କୋରନା ପାଇଁ ପିପିଲି ଟୋଲଗେଟରେ ଗାଡି ମଟର ଯାଂଚ କଡାକଡି

0

ପିପିଲି-ପିପିଲି ଟୋଲଗେଟ ଦେଇ ଆସୁଥିବା ପୁରୀ ଓ କୋଣାର୍କ ଯାତ୍ରୀ ମାନଙ୍କ ଗାଡି ଗୁଡିକ ଜଲ୍ଲା ପ୍ରଶାସନ ନିଦେ୍ଦର୍ଶରେ କଡାକଡି ଯାଂଚ କରାଯାଇଛି । ସୋମବାର ସକାଳ ୯ଘଟିକାରୁ ପିପିଲି ଏସଡିପିଓ ଦେବଦତ ବାରଳ,ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି,ତହସିଲଦାର ସପନ କୁମାର ନନ୍ଦ,ମଙ୍ଗଳପୁର ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜାନକୀ ଭୁଷଣ ପଟ୍ଟନାୟକ,ଆରଟିଓ ପୁରୀ ସମୀର କୁମାର ଦଳେଇ,ଜୁନିୟର ଏମଭିଆଇ ଏସ ଏନ୍ ଚୈାଧୁରୀ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଫୋର୍ସ ମୃତୟନରେ ପିପିଲି ଟୋଲଗେଟ ନିକଟରେ ସମସ୍ତ ଗାଡି ଗୁଡିକ କଡାକଡି ଯାଂଚ କରାଯାଇଥିବା ଦେଖିବାକୁ ମିଳିଛି ।

ଏହି ପରିପ୍ରେକ୍ଷିରେ ପାଖାପାଖି ୧୦୦ରୁ ଅଧିକ ବସ ,କାର ସହିତ ଚାରି ଚକିଆ ଗାଡି ପୁରୀ କୋଣାର୍କକୁ ଯିବା ପାଇଁ ପ୍ରଶାସନ ଅନୁମତି ଦେଇନଥିବାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ଫେରିଯାଇଥିଲେ ।ଏହି ଯାଂଚ ପ୍ରକିୟା ଅନିର୍ଦ୍ଦିଷ୍ଟ ପାଇଁ ଚାଲୁ ରହିବା ସହ ଲୋକ ମାନଙ୍କୁ କୋରନା ଭାଇରସ ଠାରୁ ଦୁରେଇ ରହିବା ପାଇଁ ସଚେତନ କରାଯାଉଛି ବୋଲି ପିପିଲି ଏସଡିପିଓ ଶ୍ରୀଯୁକ୍ତ ବରାଳ ସୁଚନା ଦେଇଛନ୍ତି । ସେହୀପରି ପିପିଲି ଟୋଲଗେଟ ଠାରେ ପିପୁଲ ଫର ସେବା ପକ୍ଷରୁ ଲୋକମାନଙ୍କୁ ମାକ୍ସ ଦିଆଯାଇ ସଚେତନ କରାଯାଇଛି ।

IEC 2 years
Leave A Reply