ପିପିଲି. ସବ୍ୟୁ.ରବିବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିପିଲି ଗ୍ରସ୍ତ ରେ ଯାଇ ବିଭିର୍ନ୍ନ ଗ୍ରାମରେ ପଦ ଯାତ୍ରା ରେ ସାମିଲ ହୋଇଛନ୍ତି . ପ୍ରଥମେ କଣ୍ଟି ପଂଚାୟତର ପାତ୍ର ସାହି, କଣ୍ଟି ଛକ, ପିପିଲି ହାଟ ଛକ ରେ ପଦଯାତ୍ରା ପରେ ଅପରାହ୍ନରେ ଗୋବିନ୍ଦପୁର ଗ୍ରାମପଂଚାୟତ ର ସିଉଳା ଗ୍ରାମରେ ବିରାଟ ପଦଯାତ୍ରା ରେ ଯାଇ ଉପସ୍ଥିତ ମହିଳା ଯୁବକ, ମୁରବି ଏବଂ ସାଧାରଣ ଜନତାଙ୍କୁ ଭେଟି ଭାବର ଆଦାନ ପ୍ରଦାନ କରିଥିଲେ.ପଦଯାତ୍ରା ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭାବପୂର୍ଣ୍ଣ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ଉକ୍ତ ଗ୍ରାମରେ ନିର୍ମିତ ହେବାକୁ ଯାଉଥିବା ରଘୁନାଥ ମନ୍ଦିର ସ୍ଥଳକୁ ଗ୍ରାମବାସୀ ମାନେ ମନ୍ତ୍ରୀଙ୍କୁ ନେଇଥିଲେ. କେନ୍ଦ୍ର ମନ୍ତ୍ରୀଙ୍କ ସହିତ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟନାୟକ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର, ମହିଳା ନେତ୍ରୀ ପ୍ରଭାତୀ ପରିଡା ଏବଂ ସ୍ଥାନୀୟ ନେତୃ ମଣ୍ଡଳୀ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ. ପଦଯାତ୍ରା ଶେଷରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ସିଉଳା ଯୁବକ ମାନଙ୍କ ଦ୍ୱାରା ଆୟୋଜିତ କ୍ରିକେଟ ପ୍ରତିଯୋଗିତାରେ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ.