Odisha news

ପୁର୍ବତନ ବିଧାୟକ ଯୁଧିଷ୍ଟିର ସାମନ୍ତରାୟ ଙ୍କର ଦେହାନ୍ତ : ପିପିଲି ରେ ଶୋକର ଛାୟା।

0

ପିପିଲି : ସୋମବାର ସକାଳେ ଭୁବନେଶ୍ୱର ର ଏକ ବେସରକାରୀ ଡ଼ାକ୍ତର ଖାନାରେ ପିପିଲି ଡେଲାଙ୍ଗ ର ପୁର୍ବତନ ବିଧାୟକ ତଥା ଜଣେ ଅଗ୍ନୀବର୍ଶି ଟାଣୁଆ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ଙ୍କର ଦେହାନ୍ତ ହୋଇଅଛି। ଶ୍ରୀ ସାମନ୍ତରାୟଦୀର୍ଘ ଦିନ ହେଲା କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସାରା ପିପିଲି ଡେଲାଙ୍ଗ ରେ ସୋକର ଛାୟା ଖେଳି ଯାଇଅଛି।ଶ୍ରୀଯୁକ୍ତ ସାମନ୍ତରାୟ କଂଗ୍ରେସ ରୁ ରାଜନୀତି ଜୀବନ ଆରମ୍ଭ କରି ସେତେବେଳର କମ୍ୟୁନିଷ୍ଟ କୁ ଘୋର ବିରୋଧ କରି ନିଜର ନେତୃତ୍ବକୁ ପ୍ରତିପାଦିତ କରିପାରି ଥିଲେ। ସେ ପ୍ରଥମେ ୧୯୮୨ ମସିହାରେ ପିପିଲି ବ୍ଲକ ଅଧ୍ୟକ୍ଷ ଭାବେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ।ପରେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସଂଘର୍ଷ ପୂର୍ଣ୍ଣ ରାଜନୀତିରେ ସେ ନିଜର ଗୋଟିଏ ଚକ୍ଷୁ ହରାଇବା ସହିତ ସାନ ଭାଇକୁ ସବୁଦିନ ପାଇଁ ହରାଇଥିଲେ ମଧ୍ଯ ପିପିଲି ଡେଲାଙ୍ଗ ର ବିକାଶ କାର୍ଯ୍ୟ ଓ ଲୋକଙ୍କ ସେବାରୁ କେବେ ଦୂରେଇ ଯାଇ ନଥିଲେ। ଏପରିକି ମୃତ୍ୟୁ ର ଦ୍ୱାରଦେଶରେ ଥାଇ ମଧ୍ୟ ପିପିଲି ବଜାରକୁ ବସ୍ ଚାଲିବା ଓ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ପଛାଇନଥିଲେ। ସେ ନିର୍ବାଚନ ରେ ବହୁ ବାର ହାରି ଥିଲେ ମଧ୍ଯ ଜନ ମାନସର ପ୍ରିୟ ନେତା ଥିଲେ।ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ଡାକ୍ତରଖାନା ରେ ବହୁ ନେତ୍ରୁ ବୃନ୍ଦ ପହଞ୍ଚି ଶେଷ ଦର୍ଶନ କରିଥିଲେ।ପରେ ତାଙ୍କ ମରଶରୀର କୁ ପିପିଲି ନିଆଯାଇଥିଲା। ପିପିଲି ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପିପିଲି ବ୍ଲକ ଅଧକ୍ଷା ଦେବସ୍ଵିନ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୌରାଧ୍ୟକ୍ଷ ସେକ ବାବୁ,ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ,ବସୁ ମଲିକ ପ୍ରମୁଖ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ପରେ ଏକ ସବ ଶୋଭାଯାତ୍ରା ବଜାର ପରିକ୍ରମା କରି ହାଟଛକ ପର୍ୟ୍ୟନ୍ତ ଯାଇଥିଲା ସେଠାରେ ବିଶିଷ୍ଟ ସମାଜ ସେବୀ ବିକ୍ରମ କେଶରୀ ସିଂ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ବଜାର ବ୍ୟବସାୟ ସଂଘର କର୍ମକର୍ତ୍ତା,ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ସମାଜସେବୀ ମାନେ ପୁଷ୍ପ ଗୁଛ ଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ପିପିଲି ରୁ ମରଶରୀର କୁ ତାଙ୍କ  ନିଜ ଗାଁ ମାଧିପୁର କୁ ନିଆଯାଇଥିଲା।ସେଠାରେ କିଛି ଘଣ୍ଟା ସାଧାରଣ ଦର୍ଶନ ପାଇଁ ରଖା ଯାଇ ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।ସାମନ୍ତରାୟ ଙ୍କ ର ଏକ ମାତ୍ର ପୁତ୍ର ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ତଥା ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ସମୟରେ ସମସ୍ତ ପରିବାର ସଦସ୍ୟା ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।

Nalco
Leave A Reply