ପିପିଲି : ଶୁକ୍ରବାର ଅପରାହ୍ନ ଚାରିଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷି ଯୋଗେ ପୁରୀ ଜିଲ୍ଲା ର ସମସ୍ତ ବ୍ଲକ ର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ଅବସରରେ ପିପିଲି ଦାଣ୍ଡମୁକୁନ୍ଦ ପୁର ଠାରେ ଏକ ଜନ ସଭା ଆୟୋଜିତ ହୋଇଥିଲା।ଏଥିରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ଯୋଗୋଦେଇ ପିପିଲି ବ୍ଲକ ପକ୍ଷରୁ ଏହି ଆଭାସି କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ।ମୁଖ୍ୟମନ୍ତ୍ରୀ ପିପିଲି ଏବଂ ଡେଲାଙ୍ଗ ବ୍ଲକର ୪୬ ଟି ପଞ୍ଚାୟତକୁ ଉକ୍ତ ଯୋଜନାରେ ୨୩ କୋଟି ଟଙ୍କା ମଞ୍ଜୁର କରିବା ସହିତ ୧୧୦ ଟି ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧର୍ମ ଅନୁଷ୍ଠାନ ଗୁଡ଼ିକର ଉନ୍ନତୀ ପାଇଁ ୪କୋଟି ୭୦ ଲକ୍ଷ ଟଙ୍କା , ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିର ପାଇଁ ତିନି କୋଟି ଏବଂ ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ୧୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାର ଶ୍ରୀଯୁକ୍ତ ମହାରଥୀ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ବିଧାୟକ ଙ୍କ ସମେତ ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ଵିନ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୌରାଧ୍ୟକ୍ଷ ସେକ ବାବୁ ସାଂସଦ ପ୍ରତିନିଧି ନାରାୟଣ ଖଟେଇ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ,ପିପିଲି ତହସିଲଦାର ପୁନମ ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ଗଣ,ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ମିସନଶକ୍ତି ର ମହିଳା ଓ ସାଧାରଣ ଜନତା ଯୋଗ ଦେଇଥିଲେ। ପିପିଲି ବିଡ଼ିଓ ରଶ୍ମିତା ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାତ୍ର ପୁରା ଅଭାଷି କାର୍ଯ୍ୟକ୍ରମ କୁ ୫ଟି ସଚିବ ଭି କେ ପାଣ୍ଡିୟାନ ପରିଚାଳନା କରିଥିଲେ।ଶୃଙ୍ଖଳା ରକ୍ଷା ପାଇଁ ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର, ପିପିଲି ଆଇ ଆଇ ସି ଦୀପକ ଖଣ୍ଡାୟତରାୟ ପୋଲିସ ଫୋର୍ସ ଶହ ସଭାସ୍ଥଳରେ ଉପସ୍ଥିତ ଥିଲେ।