ପ୍ରାୟ ଅଧିକାଂଶ ଲୋକଙ୍କର ଅର୍ଶ ରୋଗ ଦେଖା ଦେଇଥାଏ , ଅର୍ଶ ଗୋଟିଏ ଅନୁବଂଶିକ ରୋଗ । ଯଦି ଗୋଟିଏ ପରିବାର ରେ କାହାକୁ ଅର୍ଶ ହୋଇଥାଏ ତେବେ ଅନ୍ୟ ଜଣଙ୍କୁ ହେବାର ସମ୍ଭାବନା ରହିଥାଏ ।
ଏହି ସମସ୍ୟା ପୁରୁଣା କୋଷ୍ଠ କାଠିନ୍ୟ ସମସ୍ୟା , ଅତ୍ୟଧିକ ନାଳ ଝାଡ଼ା , ମଳ ତ୍ୟାଗ କରିବା ସମୟରେ ଯନ୍ତ୍ରଣା କାରଣରୁ ଅର୍ଶ ସମସ୍ୟା ଦେଖାଦିଏ । ବିଶେଷଜ୍ଞ ମାନଙ୍କ ମତରେ ଏପରି କିଛିଟା ଯୋଗାସନ ରହିଛି ଯାହା ଅର୍ଶ ରୁ ଆରାମ ଦେଇ ପାରିବ ।
* ବଧ କୋଣା ସନ – ଏହି ଆସନ ଅର୍ଶ ପାଇଁ ଖୁବ୍ ଉତ୍ତମ ଅଟେ । ଏହା ଆପଣଙ୍କ ଅନ୍ତିରିକ ଅଙ୍ଗକୁ ଉତେଜିତ କରିବା ସହିତ ପେଟ ସଫା ପାଇଁ ସାହାଯ୍ୟ କରିଥାଏ । ଅର୍ଶ କାରଣରୁ ଯନ୍ତ୍ରଣା ରୁ ଉପଶମ ଦେଇଥାଏ ।
– ଏହି ଆସନକୁ କରିବା ପାଇଁ ତଳେ ଗୋଟିଏ ଆସନ ପକାନ୍ତୁ । ବର୍ତ୍ତମାନ୍ ନିଜ ପିଠିକୁ ସିଧା ରଖି ତଳେ ଚକା ମାଡ଼ି ବସାନ୍ତୁ । ଏହାପରେ ନିଜ ପାଦ ୨ଟି କୁ ଆଗକୁ ଟିକେ ବାହାରକରି ତଳି ପାଦକୁ ନିଜ ହାତରେ ମାଲିସ କରନ୍ତୁ । ଏପରି କରିବା ଦ୍ବାରା ଅର୍ଶରୁ ଆରାମ ମିଳିଥାଏ ।
* ବାଳା ସନ – ଏହି ଆସନ ଆପଣଙ୍କ ତଳି ପେଟକୁ ଚାପ ପକାଇ ଥାଏ ଓ ତଳି ପେଟରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ କରିଥାଏ । ଯାହା କୋଷ୍ଠ କାଠିନ୍ୟ ରୁ ଆରାମ ଦେଇଥାଏ ।
– ଏହି ଆସନକୁ କରିବା ପାଇଁ ତଳେ ଗୋଟିଏ ଆସନ ପକାନ୍ତୁ । ତା ଉପରେ ଆଣ୍ଠୁ ମାଡ଼ି ବସନ୍ତୁ । ଏହାପରେ ନିଜ ହାତ ୨ଟିକୁ ଉପରକୁ ଟେକି ଆଗ ପଟକୁ ନଇଁ ପଡନ୍ତୁ ଯେପରି ଆପଣଙ୍କ ମୁଣ୍ଡ ତଳେ ଲାଗିବ ।
* ପବନ ମୁକ୍ତା ସନ – ଅର୍ଶ ଜନିତ ସମସ୍ୟା ରୁ ଏହି ଆସନ ଆରାମ ଦେଇଥାଏ । ଏହି ଆସନ କୁ ନିୟମିତ ୨ମିନିଟ୍ ପର୍ଯ୍ୟନ୍ତ କରିବା ଉଚିତ୍ ।
– ତଳେ ଗୋଟିଏ ଆସନ ପକାଇ ଚିତ୍ ହୋଇ ସିଧା ସଳଖ ଶୋଇ ପଡନ୍ତୁ । ଏହାପରେ ନିଜ ଆଣ୍ଠୁ ଦୁଇଟିକୁ ଭାଙ୍ଗି ନିଜ ତଳି ପେଟରେ ମାଡି ରଖନ୍ତୁ । ଏହି ଆସନ କୁ କରିବା ଦ୍ୱାରା ଅନ୍ତ କୋଷ ସଫା ହେବା ସହ ପେଟ ମଧ୍ୟ ସଫା ରହିବ । ଝାଡ଼ା ସଫା ହୋଇ ଅର୍ଶ ଯନ୍ତ୍ରଣା ରୁ ଆରାମ ମିଳିବ ।
Comments are closed.