ଫୁଲନଖରା, ୨୧ା୬/ଏନଏନଏସ-ଆନ୍ତର୍ଜାଜତୀୟ ଯୋଗ ଦିବସ ବାରଙ୍ଗ ବ୍ଲକ ଗଙ୍ଗେଶ୍ୱର ମୌଜା ଅନ୍ତର୍ଗତ ଈଶ୍ୱରପୁରରେ ପାଳିତ ହୋଇଛି । ଏହି ଉପଲକ୍ଷେ ରବିବାର ପୂର୍ବାହ୍ନରେ ଗ୍ରାମସ୍ଥିତ ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ଯୋଗଗୁରୁ ସୁରେନ୍ଦ୍ରନାଥ ଛୋଟରାୟ ଯୋଗଦେଇ ଯୋଗାଭା୍ୟାସଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିବବୋଲି କହିବା ସହିତ ଏହାର କାର୍ଯ୍ୟକାରିତା ଓ ଉପଯୋଗୀତା ବାବଦରେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ ।
ମହେନ୍ଦ୍ର ସାହୁ, ଚିତ୍ତରଞ୍ଜନ ସାହୁ, ରମେଶଚନ୍ଦ୍ର ସାହୁ, ଉପେନ୍ଦ୍ର ସାହୁ, ଲକ୍ଷ୍ମୀପ୍ରିୟା ବାରିକ, ଜ୍ୟୋତ୍ସ୍ନାରାଣୀ ସାହୁ, ଉମାକାନ୍ତ ସାହୁ, ଭାନୁମତି ସାହୁ, ଅଗଣି ସାହୁ, କରିସ୍ମା ସାହୁ, ରାଜଲକ୍ଷ୍ମୀ ସାହୁ, ଅଗାଧୁ ସାହୁ, ଅନିରୁଦ୍ଧ ସାହୁ, ପୂର୍ବତନ ସମିତି ସଦସ୍ୟ କୈଳାସଚନ୍ଦ୍ର ସାହୁ, ପଠାଣି ବାରିକ, ସୁମନ୍ତ ସାହୁ, ପ୍ରଦୁ୍ୟମ୍ନକୁମାର ସାହୁଙ୍କ ସମେତ ଈଶ୍ୱରପୁର ଗ୍ରାମବାସୀ ଉକ୍ତ ଶିବିରରେ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତଙ୍କୁ ଯୋଗ ଶିକ୍ଷା ଦିଆଯାଇଥିଲା ।