ଫୁଲବାଣୀ:କରୋନା ସଂକ୍ରମଣ ରୋକିବାରେ ପୋଲିସ ବ୍ୟସ୍ତ ଥିବାବେଳେ ଚାଲାଣ ହେଉଥିବା ଗାଡିସହ ୨୧ କିଗ୍ରା ଗଞ୍ଜେଇ ଜବତ ଦୁଇ ଯୁବତୀଙ୍କ ସହ ୪ ଗିରଫ
ଫୁଲବାଣୀ,27.03, କନ୍ଧମାଳ ଜିଲାର ଫିରିଙ୍ଗିଆ ଥାନା ଅଂଚଳରେ ଗତ କାଲି ଦିନ ପ୍ରାୟ ୨ଟାବେଳେ ଜିଲାରେ ପୋଲିସ ଫିରିଙ୍ଗିଆ ଅଂଚଳରେ କରୋନା ସଂକ୍ରମଣ ରୋକିବା ସଚେତନତାରେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେବାକୁ ଫିରିଙ୍ଗିଆ ଅଂଚଳରୁ କଟକ ଜିଲାକୁ ଗଞ୍ଜେଇ ଚାଲାଣ କରିବାକୁ ୨ଜଣ ଯୁବକ ଓ ୨ଜଣ ଯୁବତୀ ଯୋଜନା କରିଥିଲେ । ଏହାର ପୁର୍ବ ସୁଚନା ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସଦଳବଳେ ଶ୍ରୀପଲା ଡିମ୍ବିରି ସାହି ଛକଠାରେ ଅପେକ୍ଷା କରିଥିଲେ ।
ଶ୍ରୀପଲା ପଟରୁ ଏକ ଟାଟାଇଣ୍ଡିଗୋ କାର(ଓଆର-୦୫-ଏଏସ-୮୩୯୩) ଆସିଥିଲା । ସେହି କାରଟିକୁ ତଲାସି କରିବାପରେ ପୋଲିସକୁ ସେଥିରୁ ଗୋଟିଏ ପ୍ଲାଷ୍ଟିକ ବସ୍ତାରେ ୨୧ କିଗ୍ରା ଗଞ୍ଜେଇ ପାଇବାପରେ ସେହି ଗଞ୍ଜେଇକୁ ଜବତ କରିଛି । କାରରେ ଫିରିଙ୍ଗିଆ ଥାନା ଶ୍ରୀପଲା ଅଂଚଳର ନୃସିଂହ କହଁର(୧୯),ରଂଚନା କହଁର(୨୨),କଳ୍ପନା କହଁର(୨୦) ଏବଂ ଫୁଲବାଣୀ ସଦରଥାନା ଅଂଚଳର କୁମ୍ବୁରିଗୁଡା ଗ୍ରାମର ଅଜିତ ଦିଗାଲ(୨୩) ସମେତ ୪ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଗଞ୍ଜେଇ ସମେତ ଚାଲାଣ କାର୍ଯ୍ୟରେ ଲାଗିଥିବା କାରକୁ ଜବତ କରିବା ସହ ଚାଲାଣକାରୀଙ୍କ ବିରୋଧରେ ଏକ ମାମଲା ୨୬/୨୦ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ସୁଚନା ଦେଇଛନ୍ତି ।
ସେମାନେ ଏହି ଗଞ୍ଜେଇ କଟକ ଜିଲାକୁ ଚାଲାଣ କରୁଥିଲେ ବୋଲି ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ତେବେ ପୁର୍ବରୁ ପୁରୁଷ ମାନେ ଗଞ୍ଜେଇ ଚାଲାଣ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଯୁବତୀ ମାନେ ମଧ୍ୟ ଏହି କାର୍ଯ୍ୟରେ ଲିପ୍ତ ରହୁଥିବା ନେଇ ପୁଲିସକୁ ସୁଚନା ମିଳୁଥିଲେ ମଧ୍ୟ କୌଣସି ଯୁବତୀ ପୋଲିସ ହାତରେ ଧରା ପଡିନଥିଲେ ।