Odisha news

ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱ ଦିବସ ପାଳିତ

0

ଫୁଲବାଣୀ,୧୩/୦୬ କରୋନା ମହାମାରୀ ସମୟରେ ସମସ୍ତେ ଏହା ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିବା ବେଳେ ଦାରିଦ୍ର୍ୟତା ଯେଭଳି ଶିଶୁ ମାନଙ୍କର ଅଧିକାର କ୍ଷୁର୍ଣ କରି ଶିଶୁ ଶ୍ରମିକରେ ପରିଣତ ହୋଇନଯାଆନ୍ତି ସେଥିନିମନ୍ତେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଶିଶୁ ଶ୍ରମିକ ବିରୁଦ୍ଧରେ ବିଶ୍ୱ ଦିବସ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ ତରଫରୁ ଅନନ୍ୟା ବାଳିକା ମହାସଙ୍ଘ ଦ୍ୱାରା ବିଭିନ୍ନ ଗ୍ରାମରେ ପାଳିତ ହୋଇଯାଇଅଛି । ଜନସାଧାରଣ ତଥା ଅବିଭାବକ ମାନଙ୍କୁ ସଚେତନ କରିବା ନିମନ୍ତେ ମହାସଂଘର ସଦସ୍ୟା ମାନେ ବିଭିନ୍ନ ଗ୍ରାମରେ ସ୍ଲୋଗାନ୍ ଓ ଚିତ୍ର ମାଧ୍ୟମରେ ସଚେତନ କରିବା ପାଇଁ ପ୍ରୟାସ କରିଛନ୍ତି ।

ସମସ୍ତେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ଘର ଘର ବୁଲି ଲୋକ ମାନଙ୍କୁ ସଚେତନ କରିବା ସହିତ ଶିଶୁ ମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରି ଶିଶୁ ଶ୍ରମିକ ନ ସଜେଇ ପାଠ ପଢେଇବା ନିମନ୍ତେ ବୁଝେଇଥିଲେ । ଏହି ଅବସରରେ ପିଲା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଘରେ ରହି କିଭଳି ଭାବରେ ସମୟର ସଦୁପଯୋଗ କରିପାରିବେ ସେଥିନିମନ୍ତେ ଧାରଣା ଦିଆଯାଇଥିଲା । କିଶୋର କିଶୋରୀ ମାନଙ୍କୁ ସଚେତନ କରିବା ନିମନ୍ତେ ସେଭ ଦି ଚିଲ୍ଡ୍ରେନ ଦ୍ୱାରା ଏକ କର୍ମଶାଳା ଭିଡିଓ କନ୍ଫରେନ୍ସ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ କିଶୋର, କିଶୋରୀ, ଜନ ପ୍ରତିନିଧି ସାମିଲ୍ ହୋଇଥିଲେ ।

Leave A Reply