Odisha news

ସରକାରୀ କର୍ମଚାରୀ ପରିଚୟ ଦେଇ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ନାରେ ଲୋକଙ୍କଠାରୁ ଲକ୍ଷାଧିକ ଠକିଥିବା ବ୍ୟକ୍ତି ଗିରଫ

0

ଫୁଲବାଣୀ : ନିଜକୁ କନ୍ଧମାଳ ଜିଲା ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର କର୍ମଚାରୀର ପରିଚୟ ଦେଇ ଜିଲାର କୋଟଗଡ ଥାନା ଅଂଚଳରେ ନୀରିହ ଲୋକଙ୍କୁ ବିଭିନ୍ନ ସରକାରୀ ଆର୍ଥିକ ସହାୟତା କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଜଣେ ଠକକୁ କୋଟଗଡ ଥାନା ପୁଲିସ ଗିରଫ କରିଛି ।

ସୁଚନା ଅନୁସାରେ କନ୍ଧମାଳ ଜିଲାର ବ୍ରାହ୍ମଣିଗାଁର ତାଜୁଙ୍ଗିଆ ଗ୍ରାମର ଭିମରାଜ ନାୟକ ନାମକ ଏହି ବ୍ୟକ୍ତି ସେହି ଅଂଚଳରେ ଥିବା କିଛି କିଛି ଲୋକଙ୍କୁ କାଜୁ ଚାରା ଯୋଗାଇ ଦେବା,ଛେଳି ଚାଷପାଇଁ ଋଣ ଯୋଗାଇଦେବା ସହି ଅନ୍ୟାନ୍ୟ ସରକାରୀ ସହାୟତା କରାଇଦେବା ନାମରେ ଲୋକଙ୍କ ଠାରୁ ଲକ୍ଷାଧରକ ଟଙ୍କା ଲୁଟି ନେଇଥିଲା ।

ପରେ ଟଙ୍କା ଦେଇଥିବା ଲୋକେ ଭିମରାଜ କହିବା ମୁତାବକ କୌଣସି ସହାୟତା ନପାଇବାରୁ ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଯାଇ ପଚରାଉଚୁରା କରିବାପରେ ସେମାନେ ଜାଣିବାକୁ ପାଇଲେ ଯେ ସେଠାରେ ଭିମରାଜ ନାମକ କୌଣସି କର୍ମଚାରୀ ନାହାନ୍ତି । ହୋପରେ ସେମାନେ କୋଟଗଡ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ କୋଟଗଡ ଥାନା ପୁଲିସ ଏକ ମାମଲା ୩୧/୨୦୨୦ ଓ ଦଫା ୪୨୦,୪୧.୨୯୪ ଓ ୫୦୬ରେ ରୁଜ୍ଜୁ କରି ଭିମରାଜକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply