Odisha news

ଫୁଲବାଣୀରେ ଲକଡାଉନ କୋହଳରେ ଭୀଡ ନିୟନ୍ତ୍ରଣ କରୁଛନ୍ତି ନିଜେ ଏସପି

0

ଫୁଲବାଣୀ,27.03, ଫୁଲବାଣୀ ସହର ସମେତ ସମଗ୍ର ଜିଲାରେ ଚାଲିଥିବା ଲକଡାଉନ ଘୋଷଣାପରେ ଜିଲାରେ ଦୋକାନ ବଜାର ସବୁ ବନ୍ଦ ରହୁଥିବାବେଳେ । ପ୍ରତି ଦିନ ସକାଳୁ ଲୋକଙ୍କର ଅତ୍ୟାବଶ୍ୟକୀୟ ଜିନିଷ କିଣିବାପାଇଁ ଦୋକାନ ଗୁଡିକରେ ଗହଳି ହେବାସହିତ ରାସ୍ତାରେ ଯାତାୟାତବେଳେ କୌଣସି ଗାଡି ଚଳାଚଳକୁ ବାରଣ କରାଯାଇଛି । ଏପରିକି ଦୁଇଚକିଆ ଯାନକୁ ମଧ୍ୟ ବାହାରକୁ ବାହାର କରିବାକୁ ବାରଣ କରାଯାଇଛି । ତେବେ ଲୋକମାନେ ଏହାକୁ କଡାକଡି ଭାବରେ ପାଳନ କରୁ ନାହାନ୍ତି । ଏହା ସହିତ ଲୋକେ ସେମାନଙ୍କର ଅତ୍ୟାବଶ୍ୟକୀୟ ଜିନିଷ କିଣିବାପାଇଁ ଦୋକାନରେ ନିଜନିଜ ମଧ୍ୟରେ ଦୁରତା ମଧ୍ୟ ରଖିବାକୁ ଭୁଲି ଯାଉଛନ୍ତି । ତେଣୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ନିଜେ ଫୁଲବାଣୀ ସହରରେ ବୁଲିବୁଲି ଲୋକଙ୍କୁ ଏଥିପାଇଁ ସଜାଗ କରିବାସହିତ । ଗୋଟିଏ ଯାଗାରେ ଅଧିକ ଗହଳି ନ କରିବାକୁ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଉଛନ୍ତି । ଏହାକୁ ପାଳନ କରିବାରେ ଖିଲାପ କଲେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡିତ ହେବାକୁ ପଡିବ ବୋଲି ମଧ୍ୟ ସୁଚନା ଦେଉଛନ୍ତି ।

Leave A Reply