ଫୁଲବାଣୀ (ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ବିଦୁ୍ୟତ୍ ସରୋବରାହ ବନ୍ଦ ରହିଥିଲା । ବିଦୁ୍ୟତ ବିଭାଗ ପକ୍ଷରୁ ଆଜି ବିଭିନ୍ନ ଅଂଚଳରେ ମରାମତି ପାଇଁ ଲୋକଙ୍କୁ ପୁର୍ବ ସୁଚନା ପ୍ରକାରେ ସକାଳ ୯ଟାରୁ ଜିଲ୍ଲାସାରା ବିଦୁ୍ୟତ ସଂଯୋଗ ବିଛିନ୍ନ କରାଯାଇଥିଲା । ହେଲେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ଡାମିଗାଁଠାରେ ଥିବା ବାଲିଗୁଡା ଫିଡରର ଖୁଣ୍ଟ ଭାଙ୍ଗିଯିବା ଫଳରେ ଫୁଲବାଣୀ ବ୍ୟତୀତ ସମଗ୍ର କନ୍ଧମାଳ ଜିଲାରେ ବିଦୁ୍ୟତ ସରୋବରାହ ବ୍ୟାଘାତ ଘଟିଥିଲା ।
ଲୋକେ ବିଦୁ୍ୟତ୍ ସଂଯୋଗ ଉପରେ ସମ୍ପୁର୍ଣ୍ଣ ଭାରସା କରିଥିବାବେଳେ ବିଦୁ୍ୟତ୍ ସରୋବରାହ ନଥିବାରୁ ହଇରାଣ ହୋଇଥିଲେ । ଅନ୍ୟ ପକ୍ଷରେ ଡାମିଗାଁଠାରେ ବିଦୁ୍ୟତ୍ ଖୁଣ୍ଟ ଭାଙ୍ଗିଯିବା ଫଳରେ ତାର ଛିଣ୍ଡିଯାଇଥିଲା ଯାଗାଟି ବିଲଭିତରେ ଏବଂ ସେହି ଯାଗାଟି ପାଣିରେ ଭର୍ତି ହୋଇଥିବାରୁ ଖୁଣ୍ଟ ପୋତିବା ସହିତ ମରାମତିରେ ବିଳମ୍ବ ହୋଇଥିଲା । ସେଥିପାଇଁ ଜିଲ୍ଲାର ସମସ୍ତ ଅଂଚଳକୁ ବିଦୁ୍ୟତ୍ ସଂଯୋଗରେ ବିଳମ୍ବ ହୋଇଥିବା ନେଇ ସାଉଥକୋର ଫୁଲବାଣୀ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତୀକଚନ୍ଦ୍ର ଦାସ ସୁଚନା ଦେଇଛନ୍ତି ।
