ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ଆଉ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୯ ରେ ପହଂଚିଛି । ତେବେ ଆଜି ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୮୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ବାଲିଗୁଡା ଅଂଚଳର ଆଉ ଜଣେ ୫୯ ବର୍ଷିୟ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ସେ ପୁର୍ବରୁ ମଧୁମେହ,ଉଚ୍ଚରକ୍ତଚାପ ସମେତ ଅନ୍ୟାନ୍ୟ ରୋଗରେ ପିଡୀତ ଥିଲେ ତାଙ୍କୁ ମିଶାଇ ଜିଲ୍ଲାରେ କରୋନାରେ ମୃତକଙ୍କ ସଂଖ୍ୟା ୭ ରେ ପହଂଚିଛି । ଅନ୍ୟ ୫୩୫ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ବ୍ଳକ ଅଂଚଳରୁ ୪ଜଣ ସଂକ୍ରମିତ ଥିବାବେଳେ ଘୁ.ଉଦୟଗିରି ବ୍ଳକ ଅଂଚଳର ୪ଜଣ,ଦାରିଙ୍ଗବାଡି ଅଂଚଳର ୪ଜଣ,ଚକାପାଦ ଅଂଚଳର ୬ଜଣ,କ.ନୁଆଗାଁର ୩ଜଣ,କୋଟଗଡ ବ୍ଳକର ୨୦ ଜଣ,ତୁମୁଡିବନ୍ଧର ୩ ଜଣ,ରାଇକିଆର ୨ଜଣ ଏବଂ ବାଲିଗୁଡା ବ୍ଳକ ଅଂଚଳର ୪ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ପ୍ରଦାନ କରାଯାଇଛି । ତେବେ ସଂକ୍ରମଣ ବୃଦ୍ଧିକୁ ଦୃହ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ସାରଙ୍ଗଡ ଅଂଚଳରେ ଥିବା କୋଭିଡ କଟକଣାକୁ କଡାକଡି କରାଯାଇଛି ।
ଜିଲ୍ଲାର କ.ନୁଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ ପଂଚାୟତରେ ପୁର୍ବରୁ ୨୮ ଦିନ ଧରି ବଜାର ବନ୍ଦ ଥିଲେ ମଧ୍ୟ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ସେଠାରେ ଜିଲ୍ଲପାଳଙ୍କ ଦ୍ୱାରା ଦୋକାନବଜାର ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଜିଲ୍ଲାର ଅନ୍ୟକିଛି ଅଂଚଳରେ ମଧ୍ୟ ସଂକ୍ରମଣ ଯୋଗୁଁ ଅନୁରୁପ ପଦକ୍ଷେପ ନିଆଯାଇଛି । ଏହାସହିତ ଜିଲ୍ଲ୍ାବାସୀଙ୍କୁ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକ ଥିଲେ ଘରୁ ବାହାରିବା ସହିତ ମୁହଁରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତା ବଜାୟ ରଖିବାକୁ ପରାମର୍ଶ ଦେବା ସହ ସମସ୍ତ କୋଭିଡ ନିୟମକୁ ମାନି ଚଳିବାକୁ ମଧ୍ୟ ପରାମର୍ଶ ଦିଯାଇଛି ।
