Odisha news

ଟିକାବାଲି ର ବାହାଡାସାହିରେ ବାଇକ୍ ଦୁର୍ଘଟଣା:୨ ଖଣ୍ଡ ହେଲା ବାଇକ୍ ୨ ଗୁରୁତ୍ୱର

0

ଫୁଲବାଣୀ, ଆଜି ଅପରାହ୍ନରେ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ବାହାଡ଼ାସାହି ନିକଟରେ ଏକ ବାଇକ୍ ଦୁର୍ଘଟଣା ହେବା ଫରେ ବାଇକ୍ ଚାଳକ ଓ ଏଥିରେ ଥିବା ଅଉ ଜଣେ ଆରୋହୀ ଗୁରୁୂତ୍ୱର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଟିକାବାଲି ଓ ପରେ ଅଧିକ ଚିକିତ୍ସା ପାଇଁ ଫୁୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଏତେ ଜୋର ଥିଲାଯେ ବାଇକ୍ ଟି ସଂପୂର୍ଣ୍ଣଭାବେ ୨ ଗଡ଼ି ହୋଇଯାଇଛି ।
ଖବର ପ୍ରକାରେ ଆଜି ଅପରାହ୍ନରେ ରାଇକିଆ ପଟୁ ଆକାଶ ପ୍ରଧାନ ଓ ଅନିଲ୍ ପ୍ରଧାନ ନାମକ ୨ ଜଣ ଯୁବକ ଏକ ବାଇକ୍ ରେ ଫୁଲବାଣୀ ପଟେ ଆସୁଥିବା ବେଳେ ବାହାଡ଼ାସାହି ନିକଟରେ ଭାରସାମ୍ୟ ହରାଇ ପଡ଼ିବାରୁ ଏକ ଗଛରେ ବାଡ଼େଇ ହୋଇଯାଇଥିଲା । ସେଠାରେ ସେମାନେ ପଡ଼ିରହିଥିବା ବେଳେ ଖବର ପାଇଁ ଟିମ୍ ହୁ୍ୟମାନିଟର ସଦସ୍ୟ ହିରା ନାୟକ ଓ ନିଳମାଧବ ପାତ୍ର ତୁରନ୍ତ ସେଠାରେ ପହଞ୍ଚି ଚିକିତ୍ସା ପାଇଁ ପ୍ରଥମେ ଟିକାବାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ପରିସ୍ଥିତି ଗୁରୁତ୍ୱର ଥିବାରୁ ଅଧିକ ଚିକିତ୍ସା ପାଇଁ ଏକ ଆମ୍ବଲାନ୍ସ ଦ୍ୱାରା ଫୁଲବାଣୀ ପଠାଯାଇଛି । ଖବର ପାଇ ପୁଲିସ୍ ପହଞ୍ଚି ବାଇକ୍ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply