Odisha news

ସ୍ୱାଧୀନତାର ଦୀର୍ଘ ବର୍ଷ ପରେବି ଜାରାପଙ୍ଗା ଗ୍ରାମ ଅବହେଳିତ : ନଦୀରେ କାଠ ପୋଲ ହିଁ ଭରସା , ଶିକ୍ଷା ପାଇଁ ବିଦ୍ୟାଳୟଟିଏ ମଧ୍ୟ ନାହିଁ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଳାର ଫିରିଙ୍ଗିଆ ବ୍ଳକ ନୁଆପଦର ପଂଚାୟତର ଜାରାପଙ୍ଗା ଗାଁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେବି ଏହି ଅଂଚଳର ଜନସାଧାରଣ ବିଭିନ୍ନ ସମସ୍ୟା ନେଇ ଗତି କରୁଛନ୍ତି । ଏଠାରେ ଭଲ ଶିକ୍ଷା,ପାନୀୟ ଜଳର କୌଣସି ସାଧନ କିମ୍ବା ଶିକ୍ଷା ପାଇଁ ବିଦ୍ୟାଳୟଟିଏ ମଧ୍ୟ ନାହିଁ । ସେହି ଅଂଚଳରେ କୌଣସି ରାସ୍ତା ଘାଟ ନଥିବାରୁ ଲୋକଙ୍କର ଯାତାୟାତ ପାଇଁ ସେଠାରେ ଥିବା ନଦୀରେ କାଠ ପୋଲ ହିଁ ତାଙ୍କର ଭରସା । ହେଲେ ଜିଲା ପ୍ରଶାସନର ଶୁଭ ଦୃଷ୍ଟି ପଡିନି ଏହି ଗ୍ରାମ ଉପରେ ।ଏହି ଗ୍ରାମଟି ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଆସିଛି ।ପାନୀୟ ଜଳ କହିଲେ ବର୍ଷ ତମାମ ବିଲ ମଝିରେ ଥିବା ଚୁଆପାଣି ।ଶିକ୍ଷା ବ୍ୟବସ୍ଥା ନ କହିବା ଭଲ ତେବେ ଏହି ଅଂଚଳରେ ୬୫ରୁ୭୦ପରିବାରର ୫୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରିନି ।

ଏହି ଗ୍ରାମକୁ ଯିବାକୁ ହେଲେ ଆରଡି ରାସ୍ତା ଠାରୁ ମାତ୍ର ଅଧ କିଲୋମିଟର ଉର୍ଦ୍ଧ ରାସ୍ତା ଜିବାକୁ ପଡୁଛି ।ବର୍ତମାନ ଦୀର୍ଘବର୍ଷ ପରେ ମଧ୍ୟ ପ୍ରଶାସନର ନଜର ପଡିନଥିବା ଯୋଗୁଁ ଏହି ଗାଁରେ ଗ୍ରାମବାସୀ ତରଫରୁ ନିଜ ଖର୍ଚ୍ଚରେ ନିଜ ପରିଶ୍ରମରେ ନିର୍ମାଣ କରାଯାଇଥିବା କାଠ ପୋଲ ୫ ବର୍ଷରୁ ଉର୍ଦ୍ଧ ହେବ ଭଙ୍ଗା ଅବସ୍ଥାରେ ପଡି ରହିଛି । ସବୁଠାରୁ ପରିତାପର ବିଷୟ ଏହି ରାସ୍ତା ଦେଇ ପ୍ରତିଦିନ କୁନି କୁନି ଶିଷୁ ମାନେ କଟାପଙ୍ଗା ଅଙ୍ଗନବାଡି କେନ୍ଦ୍ରକୁ ଯବାକୁ ପଡୁଥିବା ବେଳେ ଗ୍ରାମର ଜନସାଧାରଣ ମଧ୍ୟ ସବୁ କାମରେ ଭଙ୍ଗା କାଠ ପୋଲକୁ ଭରସା ।ତେବେ ବର୍ଷା ଅଧିକ ହେଲେ ସବୁ ବନ୍ଦ ।ଏ ବାବଦରେ ଗ୍ରାମବାସୀଙ୍କ ତରଫରୁ ନିର୍ବଚିତ ପ୍ରତିନିଧି,ପଲ୍ଳିସଭା,ବ୍ଳକ ପ୍ରଶାସନ ଓ ଜିଲ୍ଳା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।ତେବେ ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟାନ ଦେଇ ପୋଲ ନିର୍ମାଣ ସହ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।ଅନ୍ୟ ପଟେ ଗ୍ରାମର ନନ୍ଦ କହଁର,ସାଙ୍ଗ କହଁର,ରଞ୍ଜନ କହଁର ଓ ଶୁକ କହଁର ପ୍ରମୁଖ ପୋଲ ନିର୍ମାଣ ନକଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

IEC 2 years
Leave A Reply