Odisha news

କନ୍ଧମାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଦ୍ମଶ୍ରୀ ପୁର୍ଣ୍ଣମାସୀ ଜାନୀ ଓ ସମାଜସେବୀ ତୁଳା ବେହେରାଙ୍କ ଆଶିର୍ବାଦ ନେଲେ 

0
ଫୁଲବାଣୀ, ତା ୧୧।୫, : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଷ୍ଟାଡିୟମ ଠାରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ରେ ଯୋଗ ଦେଇଥିଲେ ।ଏଠାରେ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଏକାଠି ହୋଇଥିବା ଜନ ସମୁଦ୍ରକୁ ସମ୍ବୋଧିତ କରିଥିଲେ। ପ୍ରଥମେ ବିଜେପି ରାଜ୍ୟ ସମ୍ପାଦକ ଶାରଦା ପ୍ରସାଦ ଶତପଥି ପ୍ରାରମ୍ଭିକ ଓ ସ୍ବାଗତ ଭାଷଣ ରେ ତାଙ୍କୁ ସ୍ବାଗତ କରିବା ସହିତ କେନ୍ଦ୍ର ସରକାର ପିଇବା ପାଣି ପାଇଁ ଦେଇଥିବା ୧୦ ହଜାର କୋଟି ଟଙ୍କା କୁ ରାଜ୍ୟ ସରକାର ସଠିକ୍ ବିନିଯୋଗ କଲେ ନାହିଁ ଫଳରେ ଲୋକଙ୍କ ପାଣି ସମସ୍ଯା ଦୁର ହେଲା ନାହିଁ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୁଲବାଣୀ ରେ ପହଞ୍ଚିବା ପରେ  ଫୁଲବାଣୀ ର ସମାଜସେବୀ ତୁଳା ବେହେରା ଯିଏ କି ଭିକ୍ଷା କରି ସଞ୍ଚୟ କରିଥିବା ଏକ ଲକ୍ଷ ଟଙ୍କା ଫୁଲବାଣୀର  ଶ୍ରୀ ଜଗନ୍ନାଥ ମନ୍ଦିର କୁ ପ୍ରଦାନ କରିଥିଲେ,ସେ ମୋଦୀଙ୍କୁ ମଞ୍ଚ କୁ ସ୍ବାଗତ କରିଥିଲେ ଓ ତାଙ୍କ ସହିତ ଫୁଲବାଣୀ ର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୁର୍ଣ୍ଣମାସୀ ଜାନୀ (ଟାଡିସରୁ ବାବା)ମଧ୍ୟ ଉପସ୍ଥିତ ଥିଲେ। ଏହାକୁ ନରେନ୍ଦ୍ର ମୋଦୀ ନିଜର ଭାଗ୍ୟ ବୋଲି କହିବା ସହ ଆପଣ ମାନଙ୍କ ସ୍ନେହର ମୁଲ୍ଯ ନିଶ୍ଚିତ ଭାବେ ଦେବି ଦିନରାତି ପରିଶ୍ରମ କରି ପରିଶୋଧ କରିବି ବୋଲି କହିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶାରେ ଖଣିଜ ସଂପଦ ଭରପୂର ହୋଇ ରହିଛି ହେଲେ ମଧ୍ୟ ଓଡ଼ିଶା ଏକ ଗରିବ ରାଜ୍ୟରେ ପରିଗଣିତ ହୋଉଛି। ତେଣୁ ଓଡ଼ିଶାର ବିକାଶ ପାଇଁ ଓଡିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି ଓ ଏଥର ଓଡ଼ିଶାରେ ଡଵଲ୍ ଇଞିନ୍ ସରକାର ହେବ ବୋଲି  କହିଥିଲେ। ଭାଜପାର ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ଓ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ୭ ଜଣ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଥିଲେ। ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାରରର ଚାବି ହଜି ଯିବା ଘଟଣା ବାବଦରେ କହିବାକୁ ଯାଇ ସେ କହିଛନ୍ତି ଯେ ଶ୍ରୀମନ୍ଦିର ରେ ଥିବା ସମସ୍ତ ଅଳଙ୍କାର ଗୁଡିକର ମୂଲ୍ଯାଙ୍କନ ୪୫ ବର୍ଷ ପୂର୍ବେ କରା ଯାଇଥିଲା। ମୂଲ୍ଯାଙ୍କନ କାରୀ ମାନେ ତାର ମୁଲ୍ଯାଙ୍କନ କରି ନ ପାରି ଏହାକୁ ଦୁର୍ମୁଲ୍ଯ ବୋଲି କହିଥିଲେ। ସେହି ରତ୍ନଭଣ୍ଡାର ର ଚାବି ହଜିଗଲା। ଏହି ବାବଦରେ ସମଗ୍ର ରାଜ୍ୟର ଲୋକଙ୍କୁ ଅବଗତ କରାଇବା ଆବଶ୍ୟକ। ଏହାର ଡୁପ୍ଲିକେଟ ଚାବି ରହିଛି ବୋଲି କହିବା ସହ ଚାବି ହଜିଯିବା ଏକ ଅପରାଧ ଏହାର ନକଲି ଚାବି ତିଆରି ହେବା ଆହୁରି ବଡ ଅପରାଧ ବୋଲି କହିଥିଲେ। ରାଜ୍ୟ ରେ ବିଜେପି ସରକାର ଗଠନ ହେଲେ ରତ୍ନ ଭଣ୍ଡାରର ତୁରନ୍ତ ଖୋଲା ଯାଇ ଏହାର ହିସାବ ସାର୍ବଜନିନ କରାଯିବ। ଦେଶରେ ଗୋଟିଏ ଗରିବ ରହିବାକୁ ଦେଵେନାହିଁ ମୋଦୀ। ଆପଣଙ୍କ ପିଏମ ସୁର୍ଯ୍ୟ ଘର ଯୋଜନା ଜରିଆରେ ଘରେଘରେ ବିଦ୍ୟୁତ୍ ଉତ୍ପାଦନ ସମେତ ମାଗଣା ବିଜୁଳି ପାଇଁ ସୋଲାର ପେନଲ ପାଇଁ ୭୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ୫ ଲକ୍ଷ ଟଙ୍କା ର ଆୟୁଷ୍ମାନ ଯୋଜନା ରେ ଭାରତର ଯେ କୌଣସି ସ୍ଥାନରେ ୫ଲକ୍ଷ ଟଙ୍କା ର ମାଗଣା ସ୍ବାସ୍ଥ୍ୟସେବା ଯୋଜନା ରହିଛି। ହେଲେ ରାଜ୍ୟ ସରକାର ଏଠାରେ ଏହି ଯୋଜନା କୁ କାର୍ଯକାରୀ କରୁନାହାନ୍ତି। ଯେଉଁ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ର ଚିନ୍ତା ନାହିଁ ସେହି ସରକାର ଲୋକମାନଙ୍କ କି ସେବା କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ମୁଦ୍ରା ଯୋଜନା ଦ୍ୱାରା ଯୁବକ ଯୁବତୀ ଆତ୍ମ ନିର୍ଭରଶୀଳ ହେବେ ଏହାର ରୁଣ ପରିମାଣ କୁ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯିବ। ପର୍ଯ୍ୟଟନର ବିକାଶ ସହିତ  କନ୍ଧମାଳର ହଳଦୀ ଓ ମସଲା ପାର୍କ ନିର୍ମାଣ ଓ ହଳଦୀ ବୋର୍ଡ ଗଠନ କରାଯିବ। ପଛୁଆ ଆଦିବାସୀ ମାନଙ୍କ ପାଇଁ ବଡ ଯୋଜନା ଭାରତର ରାଷ୍ଟ୍ରପତିଙ୍କ ଅନୁରୋଧ ରେ କରାଯାଇଛି। ଭାଜପା ଏକ ଲକ୍ଷ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା କରିଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଉନାହିଁ। ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ବିନା କାଗଜରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସଦରମହକୁମା ର ନାମ କହି ପାରିବେ ନାହିଁ ବୋଲିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚ୍ଯାଲେଞ୍ଜ କରିଥିଲେ। ଓଡିଶା ରେ ଅଧିକ ଖଣିଜ ପଦାର୍ଥ ଅଛି ।ଗୁଜୁରାଟ୍ ରେ ଖାଲି ଲୁଣ ଅଛି ସେଥିରେ ମଧ୍ୟ ରାଜ୍ୟ  ଉନ୍ନତି କରି ପାରିଛି ହେଲେ ପ୍ରାକୃତିକ ସମ୍ପଦ ରେ ଭରା ଓଡିଶା କାହିକିଁ ପଛୁଆ ଅଛି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚରେ ଉପସ୍ଥିତ ଥିବା ପଦ୍ମଶ୍ରି ପୂର୍ଣ୍ଣମାସି ଜାନି ଓ ସମାଜସେବୀ ତୁଳା ବେହେରାଙ୍କ ଠାରୁ ଆଶ୍ରିବାଦ ନେଇଥିଲେ।ଏହି ନିର୍ବାଚନୀ ସଭାରେ ହଜାର ହଜାର ଲୋକେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନ୍ଧମାଳ ଗସ୍ତ ପରେ ଏହାର ପ୍ରଭାବ ସମଗ୍ର କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପଡିଵାସହ ବିଜେପି ଲୋକସଭା ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କର ଭୋଟ ହାର ଆଶାତୀତ ଭାବରେ ବୃଦ୍ଧି ପାଇବ ବୋଲି ସାଧାରଣରେ ଆଲୋଚନା ହେଉଛି।
Ad2
Leave A Reply