ଫୁଲବାଣୀ ତା ୧୭/୯:କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଆସନ୍ତା ଡିସେମ୍ବର ମାସ ୨୯ ଓ ୩୦ ତାରିଖ ଦୁଇଦିନ ଧରି ୫୨ ତମ ରାଜ୍ଯ ଆଇନଜୀବୀ ସମ୍ମିଳନୀ ଅନୁଷ୍ଠିତ ହେବ। ଆଜି ଫୁଲବାଣୀ କୋର୍ଟ ପରିସରରେ ଥିବା ନୂତନ ବାର ହଲ ଠାରେ ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ଓ ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆୟୋଜିତ ଏକ ମିଳିତ ପ୍ରେସ୍ ସମିଳନୀରେ ଏ ନେଇ ସୂଚନା ପ୍ରଦାନ କରାଯାଇଛି। ଫୁଲବାଣୀ ଜିଲ୍ଲା ଓକିଲ ସଂଘର ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅଲ୍ ଓଡିଶା ଲୟର୍ସ ଆସୋସିଏସନ ର ଚେୟାରମ୍ୟାନ ଜ୍ଞାନରଞ୍ଜନ ମହାନ୍ତି, କୋ ଚେୟାରମ୍ଯାନ ସୁବାସ ଚନ୍ଦ୍ର ମିଶ୍ର, ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍ ର ସଭାପତି ବିରେନ୍ଦ୍ର କୁମାର ପଟ୍ଟନାୟକ,କାର୍ଯ୍ୟକାରୀ ସଭାପତି ନନ୍ଦ ଶତପଥୀ, ଉପସଭାପତି ଜଗନ୍ନାଥ ମିଶ୍ର, ସାଧାରଣ ସମ୍ପାଦକ ସଂଜିତ୍ କୁମାର ପାଣିଗ୍ରାହୀ, ସମ୍ପାଦକ ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ବାର ରୁ ଦୁଇହଜାର ରୁ ଉର୍ଦ୍ଧ ଆଇନଜୀବୀ ଯୋଗ ଦେବେ ବୋଲି ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ଜିଲ୍ଲା ଓକିଲ ସଂଘର ସଂପାଦକ କମଳ କୁମାର ବେହେରା ପରିଚାଳନା କରିଥିଲେ l