Odisha news

ଭେଟଖୋଲ ଘାଟିରେ ଡକାୟତୀ : ଟଙ୍କା ସମେତ ୨ ଡକାୟତ ଗିରଫ , କୋର୍ଟ ଚାଲାଣ

0

ଫୁଲବାଣୀ :  ଫୁଲବାଣୀ ସଦରଥାନା ଅନ୍ତର୍ଗତ  ଭେଟଖୋଲ ଘାଟିର ମଧ୍ୟ ଭାଗରେ ଅନୁଗୋଳ ଜିଲାର ଏକ ବୋଲେରୋ ପିକଅପକୁ ପଥର ଫିଙ୍ଗିବା ସହିତ ଗାଡିର ଡ୍ରାଇଭର ଠାରୁ ୭୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଲୁଟିନେଇଥିଲେ ୪ଜଣ ଡକାୟତ । ଆଜି ଫୁଲବାଣୀ ସଦର ଥାନା ପୋଲିସ ସେମାନଙ୍କୁ ଖୋଜିବା ସହିତ ଗିରଫ କରି ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଘଟଣାରେ ଥିବା ଆଉ ଦୁଇଜଣ ନାବାଳକ ଅଭିଯୁକ୍ତଙ୍କୁ ଫୁଲବାଣୀ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ନିକଟରେ  ହାଜର କରିଥିବା ସଦରଥାନ ଅଧିକାରୀ ଆଦିତ୍ୟ  କୁମାର ସେଠୀଙ୍କ ସୁତ୍ରରୁ ଜଣାପଡିଛି ।

ସୁଚନା ଅନୁସାରେ ଗତ ୧୭ ତାରିଖ ଦିନ ଭେଟଖୋଲ ଘାଟିର ମଧ୍ୟ ଭାଗରେ ରାତି ୧୧.୩୦ ସମୟରେ ଟିକାବାଲି ଥାନା ଅଂଚଳର ଘୋଡାଗାଁର ପ୍ରମୋଦ ଦିଗାଲ ଯିଏକି ବର୍ତମାନ ଫୁଲବାଣୀ ଇରିଗେସନ କଲୋନୀରେ ରହିଛି ତାର ଆଉ ଜଣେ ସାଙ୍ଗ ଫୁଲବାଣୀ ପେଞ୍ଜିସାହିର ମନୋଜ ମହାକୁଡ ଅନ୍ୟ ଦୁଇଜଣ ନାବାଳକଙ୍କ ସହିତ ମିଶି ଫୁଲବାଣୀ ପଟରୁ ଅନୁଗୋଳ ଆଡକୁ ଯାଉଥିବା ଏକ ବୋଲରୋକୁ ପଥର ଫିଙ୍ଗିବାସହିତ ତାକୁ ଅଟକାଇ ତାଠାରୁ ୭୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଲୁଟି ନେଇଥିଲେ ।

ଏହାପରେ ବୋଲେରୋର ଡ୍ରାଇଭର ଅନୁଗୋଳ ଜିଲାର କୁମଣ୍ଡା ଅଂଚଳର ସନ୍ତୋଷ ସାହୁ ସୁଡୁ୍ରକୁମ୍ପା ଫାଣ୍ଡିରେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୬୫/୨୦୨୦ ରୁଜ୍ଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତ ପରେ ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କ ସମେତ ନାବାଲକ ମାଙ୍କୁ ଧରିବା ସହିତ ସେମାନଙ୍କଠାରୁ ୬୮ ହଜାର ଟଙ୍କା ଓ ଲୁଟ ହୋଇଥିବା ମୋବାଇଲ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।

Govt
Leave A Reply