Odisha news

ବେକରେ ରଶୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା

0

ଫୁଲବାଣୀ,୭ା୯, ଫୁଲବାଣୀ ଟାଉନ ଥାନା କେନ୍ଦୁପଦର ଅଂଚଳରେ ଲକ୍ଷ୍ମୀପି୍ରୟା ରାଉତ (୨୮) ନାମକ ଜଣେ ବିବାହିତା ମହିଳା ନିଜ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ଫୁଲବାଣୀ ଟାଉନ ଥାନା ପୋଲିସ ସୁତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୧୦ଟା ୩୦ ମିନିଟ ସମୟରେ ସେହି ଅଂଚଳରେ ଜଣେ ମହିଳା ଆତ୍ମହତ୍ୟା କରିବା ପରେ ମହିଳାଙ୍କ ପରିବାର ଲୋକେ କୁଆଡେ ଶବକୁ ଅନ୍ୟତ୍ର ନେଇ ଯାଇ ସକ୍ରାର କରିବାକୁ ଚେଷ୍ଟା କରୁଥିଲେ । ତେବେ ସେହି ଅଂଚଳର ୱାର୍ଡ ମେମ୍ବର ମାଧବି ମିଶ୍ର ପୋଲିସକୁ ଖବର ଦେବା ପରେ ଟାଉନ ଥାନା ପୋଲିସ ଅଧିକାରୀ ରୁପକ ଦଳାଇ ସେଠାରେ ପହଂଚି ଶବକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ୩୮/୨୨ ରୁଜ୍ଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣାରର ଅଧିକ ତଦନ୍ତ ଜାରି ରଖିଥିବା ନେଇ ପୋଲିସ ସୂତ୍ରରୁ ଜଣାପଡିିଛି । ମିଳିଥିବା ସୂଚନା ଅନୁସାରେ ନୟାଗଡ ଥାନା ଅଂଚଳର କାଦୁଆସାହିର ବସନ୍ତ ରାଉତ ନାମକ ଜଣେ ଠିକା ମିସ୍ତ୍ରୀ ଫୁଲବାଣୀ କେନ୍ଦୁପଦର ଅଂଚଳରେ ତାର ସ୍ତ୍ରୀ ଲକ୍ଷ୍ମୀପି୍ରୟା ସହିତ ରହୁଥିଲେ । ସେମାନଙ୍କ ସହିତ ତାଙ୍କ ସ୍ତ୍ରୀଙ୍କ ଭାଇ ଭୀମସେନ ପ୍ରଧାନ ମଧ୍ୟ ରହି ଦୁହେଁ ମିଶି ଫୁଲବଣୀରେ ଠିକା କାମ କରୁଥିଲେ । ଆଜି ସକାଲୁ ସେମାନେ ନିୁଜ କାମକୁ ବାହାରିବା ପରେ,ହଠାତ କୌଣସି ଜିନିଷର ଆବଶ୍ୟକତା ପଡିବାରୁ ଭୀମସେନ ଘରକୁ ଆସିଥିଲେ ।ଘରେ ତାଙ୍କ ଭଉଣୀ ଲକ୍ଷ୍ମୀପି୍ରୟା, ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖି ସେ ଭୀଣୋଈ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।ପରିବାର ଲୋକେ ଶବକୁ ସଦକ୍ରାର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ପୋଲିସ ଖବର ପାଇ ସେଠାରେ ପହଂଚିଥିଲା । ତେବେ ଘଟଣା ବାବଦରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 

Nalco
Leave A Reply