Odisha news

ପୋଡି ଯାଇଛି ଟ୍ରାନ୍ସଫର୍ମର ମାସେ ହେଲା ଅନ୍ଧାରରେ ବିଶିସାହି ର ୮୦ ପରିବାର

0

ଫୁଲବାଣୀ,୭ା୯,ବିଦ୍ୟୁତ ବିଭାଗର ଅବହେଳା ପାଇଁ ଦିର୍ଘ ମାସେ ହେଲା ଅନ୍ଧାରରେ ୮୦ ରୁ ପରିବାର । ଘଟଣାଟି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କେଳାପଡା ପଂଚାୟତ ଅଧିନରେ ଥିବା ବିଶିସାହିର । ଗତ ଲଗାଣ ବର୍ଷା ଯୋଗୁଁ ଏହି ବିଶିସାହି ଠାରେ ଥିବା ବିଦ୍ୟୂତ ଟ୍ରାନ୍ସଫରମର ଟି ପୋଡି ଯ୍ଧବ ଗାଁ କୁ ବିଦୁ୍ୟତ ସଂଯୋଗ ବିଛିନ୍ନ ହୋଇଯିବାରୁ, ମାସେ ହେଲା ଏଠାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାହି ପାଖକୁ ଜଙ୍ଗଲ ଲାଗି ରହିଥିବା ବେଳେ ରାତିରେ କେହି ଘରବାହାର କୁ ବାହାରି ପାରୁନାହାନ୍ତି । ବିଶେଷ କରି ବିଦ୍ୟୁତ ନଥିବାରୁ ପଠାପଢୁଥିବା ଛାତ୍ରଛାତ୍ରି ମାନଙ୍କ ପାଠପଢା ଠପ ହୋଇ ଯାଇଥିବା ବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ୍ ବିଭାଗ କୈାଣଷି ପଦକ୍ଷେପ ନେଉନଥିବାରୁ ସାହି ବାସିନ୍ଦା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ବିଦ୍ୟୁତ ବିଭାଗ ର ଅବହେଳା ହିଁ ଏଥିପାଇଁ । ଦାୟୀ ବୋଲି ଗାଁ ଲୋକେ କହିଛନ୍ତି ।

ତେଣୁ ବାଧ୍ୟ ହୋଇ କେଳାପଡା ସରପଂଚ ସ୍ୱର୍ଣ୍ଣଲତା ପ୍ରଧାନ ଙ୍କୁ ସାହି ବାସିନ୍ଦା ମାନେ ନିଜର ଅସୁବିଧା ଜଣେଇଛନ୍ତି । ସରପଂଚ ମଧ୍ୟ ଅଲ୍ପଦିନ ମଧ୍ୟରେ ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରି ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ଏହି ଘଟଣା ବିଷୟରେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜୟଦେବ ସାହୁ ଙ୍କୁ ଯୋଗେଯାଗ କରିବାକୁ ଚେଷ୍ଟା କରିବାରେ, ଯୋଗାଯୋଗ ହୋଇପାରିନଥିବା ବେଳେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା ସୁପରଭାଇଜର ସୁଶାନ୍ତ କୁମାର ପ୍ରଧାନ ଙ୍କୁ ପଚାରିବାରୁ ଜିଲ୍ଲା କାର୍ଯ୍ୟାଳୟ ରେ ଟ୍ରାନ୍ସଫରମର ମହଜୁଦ ନଥିବା ବେଳେ ଅଲ୍ପଦିନ ମଧ୍ୟରେ ଟ୍ରାନ୍ସଫରମର ଆସିଲେ ଟ୍ରାନ୍ସଫରମର ଲଗାଯିିବ ବୋଲି କହିଛନ୍ତି । ଅନ୍ୟପଟେ ଆଗାମି ଦୁଇଦିନ ମଧ୍ୟରେ ଏହି ବିଶିସାହି ରେ ଟ୍ରାନ୍ସଫରମର ନଲାଗିଲେ ସାହି ବାସିନ୍ଦା ବାଧ୍ୟ ହୋଇ ରାଜରସ୍ତା କୁ ଓହ୍ଲାଇ ଆନେ୍ଦାଳନ କରିବେ ବୋଲି କହିଛନ୍ତି ସାହିର କେଦାର ଭୁକ୍ତା, ଗୋପିନାଥ ଭୁକ୍ତା, ବିଜୟ ବିସୋୟୀ ,ଇଶ୍ୱର ମାହାରା ,ଲକ୍ଷ୍ମୀଧର ପ୍ରଧାନ, ଶ୍ୟାମଘନମ ମାହାରା, ସୁନିଲ ନାୟକ , କୁନା ସାହୁ ,ବିଷ୍ନୁ ନାୟକ, ବୃଷବ ମୁଖୀ ଙ୍କ ସହ ଅନ୍ୟାନ୍ୟ ସାହି ବାସିନ୍ଦା ।

Nalco
Leave A Reply