କନ୍ଧମାଳ ଜିଲାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଭିଡିଓ ଭାଇରାଲ : ତଦନ୍ତପରେ କାର୍ୟାନୁଷ୍ଠାନ ହେବ, କନ୍ଧମାଳ ଏସପି
ଫୁଲବାଣୀ : କରୋନା ସଂକ୍ରମଣ ରୋକିବାପାଇଁ ଜିଲା ପ୍ରଶାସନ ତରଫରୁ ଦିର୍ଘଦିନ ଧରି ସମଗ୍ର କନ୍ଧମାଳ ଜିଲାରେ ସଟଡାଉନ୍ ଲକଡାଉନ ଭଲି ନାନା ପଦକ୍ଷେପ ନିଆଯାଉଛି । ଏଥିରେ କିଛି ଅମାନିଆ ଏହିକଟକଣାକୁ ମାନୁ ନଥିବାବେଳେ ଆଉ କେତେକ ପୋଲିସ କର୍ମଚାରୀ ମାନଙ୍କର ମନଇଛା ଲୋକଙ୍କ ଉପରେ କିଛି ବିଝାସୁଝା ନକରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରାହଣ ସ୍ୱରୁପ ସେମାନଙ୍କୁ ନିସ୍ତୁକ ଭାବରେ ପିଟୁଥିବାର ଭିଡିଓ ଭାଇରାଲ ହେବା ସହିତ କିଛି ଗଣମାଧ୍ୟମରେ ପ୍ରକାଶ ମଧ୍ୟ ପାଇଛି ।
ଏହି ଘଟଣା ଉପରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଏହି ଘଟଣାର ତଦନ୍ତ କରାଯିବା ପରେ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଏକ ପ୍ରେସ ବିବୃତିରେ ଜଣଇଛନ୍ତି । ତେବେ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କର ଅମାନିଆଁ ପଣିଆ ଏହାପଛରେ ରହିଛି ବୋଲି ଚର୍ଚ୍ଚା ହେଉଛି ।
