Odisha news

ଟିକାବାଲିରେ ସାମ୍ବାଦିକଙ୍କୁ ଆର.ଆଇଙ୍କ ଦୁର୍ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ କନ୍ଧମାଳ ମିଡିଆ ଫୋରମର ଦାବୀ ପତ୍ର

ଫୁଲବାଣୀ,୧୫/୦୭,କନ୍ଧମାଳ ଜିଲ୍ଲା ଟିକାବାଲିରେ ତହସିଲର ରାଜସ୍ୱ ନିରୀକ୍ଷିକା ମଧ୍ୟସ୍ମିତା ନାୟକ ଗତ ୫ ତାରିଖରେ କୋଭିଡ ପାଟୋ୍ରଲିଙ୍ଗ ନାମରେ ଟିକାବାଲି ତହସିଲଦାରଙ୍କ ନାଲିବତୀ ଗାଡିର ଅପ ବ୍ୟବହାର କରିବାସହିତ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରିବା ସହିତ ସେମାନଙ୍କୁ ଗାଳିଗୁଲଜ କରିବା ସହିତ ସେଠାରେ ଟିକାବାଲିର କାର୍ଯ୍ୟରତ ସାମ୍ବାଦିକ ହେମନ୍ତ କୁମାର ମୁଖି ନିଜ କାର୍ଯ୍ୟ କରୁଥିବା ଏବଂ ଫୋଟ ଉଠାଇବା ବେଳେ ରାଜସ୍ୱ ନିରୀକ୍ଷିକା ତାଙ୍କ ମୋବାଇଲ ଛଡାଇ ନେବା ସହିତ ତାଙ୍କୁ ମଧ୍ୟ ଅସଦାଚରଣ କରି ଗାଳିଗୁଲଜ କରିବା ଘଟଣାର ଦୃଢ ନିନ୍ଦା କରିବା ସହିତ ଏହାର ପ୍ରତିବାଦରେ ରାଜସ୍ୱ ନୀରିକ୍ଷିକାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଆଜି କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଫୋରମର ସଭାପତି ସୁନିଲ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଦାବୀପତ୍ର କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟରେ ସାମ୍ବାଦିକ ମାନେ ନିଜ ଜୀବନକୁ ବିପଦରେ ପକାଇ କୋଭିଡ କାଳରେ ଲୋକଙ୍କ ସେଭାରେ ଅହରାତ୍ରୀ ଲାଗିଥିବାରୁ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧାର ସମ୍ନାନ ପ୍ରଦାନ କରିବା ସହିତ ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ କୌଣସି ଅସୁବିଧା ସୃଷ୍ଟି ନହେବା ନିମନ୍ତେ କରୋନା ଯୋଗୁଁ ଘୋଷିତ ହୋଇଥିବା ଲକଡାଉନରେ ମଧ୍ୟ ସେମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁମତି ଦେଇଥିବା ବେଳେ ଟିକାବାଲି ରାଜସ୍ୱ ନୀରିକ୍ଷିକା ଜଣକ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମୋବାଇଲ ଛଡାଇନେବା ସହିତ ତାଙ୍କୁ ସେ ଉଠାଇଥିବା ଫୋଟକୁ ଡିଲିଟ କରିବାକୁ ବାଧ୍ୟ କରିବା ଓ ଏଥିପାଇଁ ତାଙ୍କୁ ଗାଲିଗୁଲଜ କରିବା ଘଟଣା ଉକ୍ତ ଆର.ଆଇଙ୍କ ମନମୁଖି କାର୍ଯ୍ୟକଳାପର ଦୃଷ୍ଟନ୍ତ ଦେଉଛି ଏହା ଟିକାବାଲିରେ ଜନସାଧାରଣଙ୍କ ମଧ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ କନ୍ଧମାଳ ମିଡିଆ ଫୋରମ ଆଗାମୀ ପଦକ୍ଷେପ ପାଇଁ ନିଷ୍ପତି ନେବ ବୋଲି ଚେତାବନୀ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମିଡିଆ ଫୋରମର ସଭାପତିଙ୍କ ସମେତ ଉପସଭାପତି ଆଦିତ୍ୟ ପ୍ରସାଦ ତି୍ରପାଠୀ,ଉପଦେଷ୍ଠା ସନ୍ତୋଷ ଡିଗଲ,ସମ୍ପାଦକ ସୂର୍ଯ୍ୟନାରାୟଣ ବେହେରା,ଯୁଗ୍ମ ସମ୍ପାଦକ ରମେଶ ପ୍ରଧାନ,କୋଷାଧ୍ୟକ୍ଷ ଶିବ ବିଶ୍ୱାଳ,ସଦାଶିବ ପାତ୍ର,ଶିବାନନ୍ଦ ପଟ୍ଟନାୟକ,ପ୍ରଶାନ୍ତ କୁମାର ପଣ୍ଡା,ଶିବ ନାୟକ,ପ୍ରଶାନ୍ତ କୁମାର ଜେନା ଓ ଅନ୍ୟମାନେ ଯୋଗ ଦେଇଥିଲେ ।

Govt

Comments are closed.