ଫୁଲବାଣୀ(Santosh mishra) ଫୁଲବାଣୀର ସର୍ବପୁରାତନ ଏ.ଜେ.ଓ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଚୁ୍ୟତ ପୃଷ୍ଟିଙ୍କର ଦେହାନ୍ତ ହୋଇଯାଇଛି ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଗତ ୯ ତାରିଖରେ କରୋନାରେ ଆକ୍ରାନ୍ତ ହେବାପରେ ଚକାପାଦଠାରେ ଥିବା ଅନ୍ୱେଷା କୋଭିଡ କେୟାର ସେଣ୍ଟରରେ ରହି ଚକିସôିତ ହେଉଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାପରେ ତାଙ୍କୁ ଦାୟୀତ୍ୱରେ ଥିବା ଡାକ୍ତର ସନ୍ତୋଷ କୁମାର ପଟ୍ଟନାୟକ ଫୁଲବାଣୀ କୋଭିଡ ହସପିଟାଲକୁ ଗତ ୧୬ ତାରିଖ ମଧ୍ୟରାତ୍ରରେ ପଠାଇଥିଲେ । କୋଭିଡ ହସପିଟାଲରେ ତାଙ୍କୁ ରଖାଯାଇ ଚିକିସôା କରାଯଉଥିଲା ।
୨୬ ତାରିଖ ତରାତି ପ୍ରାୟ ୧୦ଟା ୪୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ଦୁଇପୁଅ, ଚାରଟିି ଝିଅ ଏବଂ ପନôୀ ଅଛନ୍ତି ଗତ ୧୯୯୯ ମସିହାରେ ଫୁଲବାଣୀ ଏ.ଜେ.ଓ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ନେବାପରେ ସେ ତାଙ୍କର ନିଜସ୍ୱ ଗ୍ରାମ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅଂଚଳର ପସରା ପଂଚାୟତର ବରଡିକିଆ ଗ୍ରାମରେ ରହୁଥିଲେ । ମୃତୁ୍ୟ ପରେ ତାଙ୍କର ଗ୍ରାମ ବରଡିକିଆରେ ତାଙ୍କ ପରିଜନଙ୍କ ଉପସ୍ଥିତିରେ ଶବ ସକ୍ରାର କରାଯାଇଥିଲା । ସେ ଜଣେ ଶାନ୍ତ ଭଦ୍ର,ଅମାୟୀକ ଓ ଜଣେ ଛାତ୍ରବସôଳ ସ୍ୱଭାବର ଶିକ୍ଷକ ଥିଲେ । ଜଣେ ଭଲ ଶିକ୍ଷକ ଭାବରେ ଫୁଲବାଣୀରେ ତାଙ୍କର ଖ୍ୟାତି ରହିଛି । ଫୁଲବାଣୀ ଏ.ଜେ.ଓ ହାଇସ୍କୁଲରେ ନିରନ୍ତର ଭାବରେ ଦୀର୍ଘ ଦିନର ଶିକ୍ଷାଦାନ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୧୯୯୪ ମସିହାରେ ଜଣେ ଆଦର୍ଶ ଶିକ୍ଷାବିତ୍ ଭାବରେ ସେ ରାଜ୍ୟପାଳ ପୁରସ୍କାରରେ ପୁରସ୍କୃତ ହୋଇଥିଲେ । ତାଙ୍କର ବିୟୋଗରେ ଫୁଲବାଣୀର ସମସ୍ତ ବୁଦ୍ଧିଜୀବୀ ମହଲରେ ଏବଂ ତାଙ୍କଠାରୁ ଶିକ୍ଷା ଗ୍ରହଣା କରିଥିବା ଛାତ୍ରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Comments are closed.