ଫୁଲବାଣୀ ପୌରାଂଚଳର ୨ନମ୍ବର ୱାର୍ଡ ବ୍ୟତୀତ ୧୨ଟି ୱାର୍ଡ ଓ ବାଲିଗୁଡା ଏନଏସିର ୧୨ ଟି ୱାର୍ଡକୁ କଣଣେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ
ଫୁଲବାଣୀ : ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ ପଣସପଡ଼ିର ଜନୈକ ଆଇନଜୀବୀଙ୍କ ଆଣ୍ଟିଜେନ୍ ଟେଷ୍ଟ୍ରୁ ସେ କରୋନା ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି । ସେହିପରି କେ.ନୂଆଗାଁ ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଆଇନଜୀବୀଙ୍କ ଭ୍ରମଣ ବୃତ୍ତାନ୍ତରୁ ଜଣାପଡ଼ିଛି ଯେ, ଫୁଲବାଣୀ ପୌର ପରିଷଦର ସମସ୍ତ ଅଂଚଳକୁ ସେ ନିୟମିତ ଭାବରେ ଯିବା ଆସିବା କରୁଥିଲେ । ଉଭୟେ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ଜଣ ଜଣ କରି ବହୁ ଜଣଙ୍କ ସହିତ ମିଶିଥିଲେ ।
ଏଣୁ, କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଡା.ବୃନ୍ଦା ଡି. ଫୁଲବାଣୀ ପୋର ପରିଷଦର ୱାର୍ଡ ନଂ.୨(ଡାମିଗାଁ) ବ୍ୟତୀତ ଅନ୍ୟ ସମସ୍ତ ୱାର୍ଡ ଗୁଡ଼ିକୁ ପରବର୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିବା ବେଳେ କ. ନୂୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି , କଲୋନି ସାହି, ବାହାଡ଼ାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡ଼ା, ପେଣ୍ଡି ପଦର, ଗୁଣ୍ଡ୍ରାଗାଁ, ସାଲଗୁଡ଼ା, ମାଡିଗୁଡ଼ା, ଦାଶିଗୁଡ଼ା, ସୁର୍ସୁଡି, ବାନେଗାଁ, ଏବଂ ବଣ୍ଡାଗୁଡ଼ା ଗ୍ରାମ ପଞ୍ଝାୟତର ବଣ୍ଡାଗୁଡ଼ା ଗ୍ରାମକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ମଧ୍ୟ ଘୋଷଣା କରିଛନ୍ତି ।
ସେହିପରି ଫୁଲବାଣୀ ପୋର ପରିଷଦକୁ ଲାଗିଥିବା ସାର୍ତ୍ତାଗୁଡା, କୁମ୍ଭାର ଗୁଡ଼ା, ଲେଙ୍ଗେର ସାହି, ତେରାଗୁଡ଼ା, ଗୁଦାରି, ସାଇନିପଡ଼ା, ଆଇ.ଟି.ଆଇ., ସୁଲୁକେଡି ଅଞ୍ଝଳକୁ ବଫର ଜୋନ୍ ଭାବେ ଘୋଷଣା କରିଥିବା ବେଳେ ସାରଙ୍ଗଗଡ଼କୁ ଲାଗିଥିବା ଟେଟ୍ରେଗାଁ, ପାଇବରାସାହି, ବଣ୍ଡୁଡ଼ି, ବଣ୍ଡଗୁଡ଼ା ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ବିଲାବାଡ଼ି, ଦାଡ଼ି, ଗସାଗୁଡ଼ା, ଜିରିଡ଼ିକିଆ ଗ୍ରାମ ପଞ୍ଝାୟତ ଅନ୍ତର୍ଗତ ଜିରିଡ଼ିକିଆ, ମଗଡାଙ୍ଗିଆ, କାପୁଗୁଡ଼ା, ଗୁଞ୍ଜିଗାଁ, କାଣିବିଡ଼ିଆ ଏବଂ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମ ପଞ୍ଝାୟତର ବାଲ୍କିଡାଡ଼ି, ମଣିପଦର ଅଞ୍ଝଳକୁ ବଫର ଜୋନ୍ ଭାବେ ଘୋଷଣା କରିଛନ୍ତି ।
ଘୋଷିତ କଣ୍ଟେନ୍ମେଣ୍ଟ ଜୋନ୍ ଅନ୍ତର୍ଗତ ଅଞ୍ଝଳରେ ବସବାସ କରୁଥିବା ଜନସାଧାରଣ ଯେ କୌଣସି ପରିସ୍ଥିରେ ମଧ୍ୟ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି, ଅନ୍ୟ ଅଞ୍ଝଳର ଜନସାଧାରଣଙ୍କୁ ମଧ୍ୟ କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଝଳକୁ ପ୍ରବେଶ ନିଷେଧ କରାଯାଇଛି । କଣ୍ଟେନ୍ମେଣ୍ଟ ଜୋନ୍ ଅଞ୍ଝଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନିଜ ନିଜ ଘର ନିକଟରେ ପହଞ୍ଝାଇବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକୀୟ ବନେ୍ଦାବସ୍ତ କରାଯିବ ବୋଲି ସୂଚନା ମିଳିଛି ।