ଫୁଲବାଣୀ : ଫୁଲବାଣୀ ସଦରମହକୁମା ଡାକ୍ତରଖାନାରେ ଚିକିସôିତ ଅବସ୍ଥାରେ ଜଣେ ୮୫ ବର୍ଷର ବୃଦ୍ଧଙ୍କର ଡାକ୍ତରଖାନାରେ ଶନିବାର ଦିନ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବାବେଳେ ଆମ୍ବୁଲାନ୍ସରେ ହିଁ ମୃତୁ୍ୟ ହୋଇଥିଲା । ସନେ୍ଦହରେ ତାଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା ସେଥିରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ଆସିବାପରେ ତାଙ୍କର ମୃତ ଶରୀରରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଆଣ୍ଟିଜେନ ପରୀକ୍ଷାରେ ପଜିଟିଭ ଆସିଥିବାରୁ ତାଙ୍କର ଶବକୁ ତାଙ୍କ ପରିବାରକୁ ନଦେଇ ପ୍ରଶାସନ ତରଫରୁ ତାଙ୍କର ଶବ ସଂସ୍କାର କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ତାଙ୍କ ଶବକୁ ନେଇ ସ୍ଥାନୀୟ ଏଫସିଆଇ ଛକ ନିକଟରେ ଥିବା ସ୍ମଶାନରେ ଦାହ କରିଥିଲେ । ସେଠାରେ ଶବକୁ ପୁରା ପୋଡିବା ପୁବôୁ ସେମାେନେ ସେଠାରୁ ଚାଲି ଆସିଥିଲେ ।
ଫଳରେ ଶବଟି ଦରପୋଡା ଅବସ୍ଥାରେ ରହିଥିଲା । ଆଜି ସକାଳୁ ସେହିଶବକୁ କୁକୁର ମାନେ ଟାଣି ଆଣି ପାଖରେ ଥିବା ନାଳ ପଖରେ ପକାଇବାରୁ ସେହି ନାଳରେ ସ୍ନାନଶୌଚ କରୁଥିବା ଲୋକମାନେ ଉତ୍ୟକ୍ତ ହୋଇଥିଲେ । ଶବକୁ ଅଧପୋଡା ହୋଇଥିବା ଖବର ପାଇବାପରେ ସ୍ୱାସ୍ଥ୍ୟ ବିଭାଗର ୫ ଜଣ କର୍ମଚାରୀ ମାନେ ପୁଣି ସେଠାରେ ପହଂଚି ଅଧପୋଡା ଶବକୁ ପୋଡିବାକୁ ଉଦ୍ୟତ ହେବାରୁ ପେଞ୍ଜିସାହିର କିଛି ଯୁବକ ମାନେ ସେମାନଙ୍କ ବିନା ଅନୁମତିରେ ସେଠାରେ କାହିଁକି କରୋନା ରୋଗୀର ଶବ ସଂସ୍କାର କରୁଛ କହିବା ସହିତ ସେମାନଙ୍କ ସହ ସହିତ ଝଗଢା କରିବା ସହିତ ସେମାନଙ୍କୁ ମାଡପିଟ କରିଥିଲେ ଏବଂ ସେଠାରେ କିଛି ସମୟପାଇଁ ଉତେଜନା ପରିସ୍ଥିତି ଉପୁଜିଥିଲା । ଫଳରେ ସେମାନେ ପୋଲସକୁ ଖବର ଦେବାରୁ ସେଠାରେ ପୋଲିସ ପହଂଚି ଘଟଣାର ସମାଧାନ କରିବାସହିତ ଶବକୁ ସଂସ୍କାର କରାଇ ଥିଲେ । ଏଥିରେ ଶବସଂସ୍କାର କରିବାକୁ ଆସିଥିବା ଜଣେ ଯୁବକ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ କହଛନ୍ତି ।
