ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାରେ ଜିଲ୍ଲା ପୋଲିସ ବିଭାଗ ତରଫରୁ ଆଜି ଏକ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଶିବିରକୁ ଡି.ଏସ.ପି କୃଷ୍ଣପ୍ରସାଦ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଅବସରରେ ତାଙ୍କ ସହିତ ପୋଲିସ କମାଣ୍ଡେଣ୍ଟ ସନ୍ତୋଷ ଦଣ୍ଡସେନା,ଡି.ଏସ.ପି ଆଲିବିନଶ କେରକେଟା,ନିରଞ୍ଜନ ପାଢୀ,ଗୋଛାପଡା ଥାନା ଅଧିକାରୀ ତୃପ୍ତିକାନ୍ତ ନାୟକ ଫୁଲବାଣୀର ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଏବଂ ଫୁଲବାଣୀ ରକ୍ତ ଭାଣ୍ଡାର ଅଧିକାରୀ ଡା.ଜୟଦୀପ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ରକ୍ତ ଭଣ୍ଡାରର କର୍ମଚାରୀ ଲକ୍ଷ୍ମୀଧର ମଣ୍ଡଳ,ସୁଜିତ କୁମାର ସାହୁ ଏବଂ ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ । ଶିବିର ପରିଚାଳନା କାର୍ଯ୍ୟରେ ଗୋଛାପଡା ଥାନାର କର୍ମଚାରୀ ଏବଂ ଅଧିକାରୀ ମାନେ ସହାୟତା କରିଥିଲେ । ଏହି ଶିବିରରେ ମୋଟ ୧୦୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଶତାଧିକ ୟୁନିଟ ରକ୍ତ ସଂଗୃହିତ କରାଯାଇଥିବାରୁ ଫୁଲବାଣୀ ରକ୍ତ ଭଣ୍ଡାର ପକ୍ଷରୁ ଗୋଛାପଡା ଥାନା ଅଧିକାରୀଙ୍କୁ ଏକ ମାନପତ୍ର ପ୍ରଦାନ କରାଯାଇଥିଲା । ଫୁଲବାଣୀ ଡାକ୍ତରଖାନାରେ କୋଭିଡ କାଳରେ ରକ୍ତଦାନ ଶିବିରର ଆୟୋଜନ ହୋଇ ନପାରିବାରୁ ରକ୍ତର ଘୋର ଅଭାବ ଦେଖାଦେଇଥିଲା । କୋଭିଡ ସଂକ୍ରମଣ କମିବାପରେ ଏହି ଅଭାବକୁ ଦୁର କରିବାକୁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ଏବଂ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲଙ୍କ ନିଦେ୍ର୍ଧଶରେ ଜିଲ୍ଲା ପୋଲିସ ପକ୍ଷରୁ ଏହି ଶିବିରରର ଆୟୋଜନ କରାଯାଇଛି ।
Comments are closed.