ଫୁଲବାଣୀ : ଜାତୀୟ ସଡକ ସୁରକ୍ଷା ସଚେତନା ମାସ ପାଳନ ଅବସରରେ ଗତ ୧୬ ତାରିଖରୁ ଆରମ୍ଭ କରି ଏହି ସଚେତନତା କାର୍ଯ୍ୟକ୍ରମ ପାଳିତ ହେଉଛି । ଜିଲ୍ଲା ପ୍ରଶାସନ ତଥା ସଡକ ପରିବହନ ବିଭାଗ ପକ୍ଷରୁ ଏହି ମାସ ପାଳିତ ହେଉଥିବାବେଳେ ଆଜି ଫୁଲବାଣୀ ନେହେରୁ ଯୁବ ସଂଗଠନ ଦ୍ୱାରା ଏହି ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀରେ ପାଳିତ ହୋଇଯାଇଛି । ଏହି ଅବସରରେ ଫୁଲବାନିର ସମସ୍ତ ଛକରେ ଅନୁଷ୍ଠାନର ସହକର୍ମୀ ସତ୍ୟବାନ ଦଳବେହେରାଙ୍କ ନେତୃତ୍ୱରେ ସମସ୍ତ ସ୍ୱେଛାସେବୀ ମାନେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସଡକ ସୁରକ୍ଷା ବାବଦରେ ସଚେତ କରିବାକୁ ଯାଇ ଲୋକଙ୍କୁ ବାଇକ ଚଳାଇବାବେଳେ ହେଲମେଟ ପିନ୍ଧିବା ସହିତ ନିଶାସେବନ କରି ଗାଡି ନ ଚଳାଇବା,ଗାଡି ଚଳାଇବା ବେଳେ ମୋବାଇଲରେ କଥା ନ ହେବା,ଦୃତ ଗତିରେ ଗାଡି ନଚଳାଇବା ଭଳି ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କରିବା ସହିତ ଲୋକଙ୍କୁ ସଡକ ସଚେତନତା ସମ୍ପର୍କୀତ ଲିଫଲେଟ ଏବଂ ମାସ୍କ ବିତରଣ କରାଯାଇଥିଲା । ନେହେରୁ ଯୁବ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ସତ୍ୟବାନ ଦଳବେହେରା କହିଛନ୍ତି ।