Odisha news

ଜୈବିକ ପୁଞ୍ଜ ମାଧ୍ୟମରେ ମାଛଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଫୁଲବାଣୀ,୧୪/୦୧, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରେ ଥିବା ଶଗଡାସାହିରେ ଜିଲ୍ଲା ମସô୍ୟ ବିଭାଗ ପକ୍ଷରୁ ଏକ ବୟୋଫ୍ଲୋକ (ଜୈବିକପୁଞ୍ଜ) ମାଧ୍ୟମରେ ମାଛଚାଷ ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମସô୍ୟ ଉପନିଦେ୍ର୍ଧଶକ ଶିବପ୍ରସାଦ ଭୋଈ ଯୋଗ ଦେଇ ବାୟୋଫ୍ଲୋକ ମାଧ୍ୟମରେ ମାଛଚାଷର ଗୁରୁତ୍ୱପୁର୍ଣ୍ଣ ଦିଗ ବାବଦରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜିଲ୍ଲାର ବିଭିନ୍ନ ବ୍ଳକର ୧୫ ଜଣ ମାଛ ଚାଷୀଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ମସô୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଯୋଗ ଦେଇ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଳକର ଅତିରିକ୍ତ ମସô୍ୟ ଅଧିକାରୀଙ୍କ ସମେତ କନିଷ୍ଠ ମସô୍ୟ ସହାୟକ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଚକାପାଦ ସହକାରୀ ମସô୍ୟ ଅଧିକାରୀର ଜ୍ଞାନରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Nalco
Leave A Reply