Odisha news

ଶୀତଦାଉରୁ ରକ୍ଷା ପାଇବାକୁ ନିଆଁ ପୁଇଁବାବେଳେ ପୋଡିଯାଇ ଜଣେ ଗୁରୁତର

0

ଫୁଲବାଣୀ,୧୪/୦୧, ପ୍ରବଳଥଣ୍ଡା ହେଉଥିବା ଯୋଗୁଁ ନିଆଁ ପୁଉଁଥିବା ବେଳେ ନିଆଁରେ ପଡିଯିବା ଫଳରେ ଶରୀରେ ନିଆଁ ଲାଗି ସଂପୂର୍ଣ୍ଣ ଶରୀର ପୋଡ଼ିହୋଇଗଲା । ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ଫୁଲବାଣୀ ବ୍ଳକର ଅରାପାଜୁ ଗ୍ରାମରେ । ଆଡ଼ାବାଲି ଗ୍ରାମର ଭାଗବତ କହଁର ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳୁ ସକାଳୁ ଘର ସମ୍ମୁଖରେ ନିଆଁ ପୁଉଁଥିବା ବେଳେ ହଠାତ୍ ଅସାବଧାନତା ଯୋଗୁଁ ନିଆଁଁରେ ଖସିପଡ଼ିଥିଲା ।

ନିଆଁରେ ପଡ଼ି ଜଳୁଥିବା ସମୟରେ ତାଙ୍କ ମାଆ ଦେଖି ପାଟି କରିଥିଲେ । ପାଟି ଶୁଣି କିଛି ଗ୍ରାମବାସୀ ସେଠାରେ ପହଂଚି ଭାଗବତକୁ ଉଦ୍ଧାର କରିଥିଲେ । ଇତି ମଧ୍ୟରେ ଭାଗବତଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବା ବେଳେ ଗୁରୁତ୍ୱର ଅବସ୍ଥାରେ ଭାଗବତକୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସାପାଇଁ ଭର୍ତି କରାଯାଇଥିଲେ ମଧ୍ୟ ଅଧିକ ଚିକିତ୍ସାର ଆବଶ୍ୟକ ଯୋଗୁଁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

 

Nalco
Leave A Reply