Odisha news

ଜିଲ୍ଲାପାଳ ବୁଲି ଦେଖିଲେ କୋଭିଡ ଟିକାଦାନ କେନ୍ଦ୍ରର ପ୍ରସ୍ତୁତି : କନ୍ଧମାଳ ଜିଲ୍ଲାରେ ଖୋଲିବ ୫ଟି ଟିକାଦାନ କେନ୍ଦ୍ର,୫ ଅଧିକାରୀଙ୍କୁ ନିରୀକ୍ଷଣ ଦାୟୀତ୍ୱ

0

ଫୁଲବାଣୀ,୧୪/୦୧, କନ୍ଧମାଳ ଜିଲ୍ଲାରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ କୋଭିଡ ଟିକାଦାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ପ୍ରସ୍ତୁତିକୁ କନ୍ଧମାଳ ଜିଲ୍ଲାପାଳ କଡାକଡି ଭାବରେ ନିରୀକ୍ଷଣ କରିଛନ୍ତି । ଏଥିପାଇଁ ଫୁଲବାଣୀ ମୁଖ୍ୟ ଚିକିସôାଳୟର ଟିକାଦାନ କେନ୍ଦ୍ରରେ କରାଯାଇଥିବା ପ୍ରସ୍ତୁତିକୁ ନିଜେ ଯାଇ ତଦାରଖ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ୫ ଜଣ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟୀତ୍ୱ ପ୍ରଦାନ କରିଛନ୍ତି । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିସôାଳୟ ଫୁଲବାଣୀ ସମେତ ବାଲିଗୁଡା ଉପଖଣ୍ଡ ଚିକିସôାଳୟ,ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଘୁ.ଉଦୟଗିରି,ଟିକାବାଲି ଏବଂ କ.ନୁଆଗାଁ ସମେତ ଜିଲ୍ଲାରେ ୫ଟି କେନ୍ଦ୍ରରେ ଏହି ଟିକାଦାନ କରାଯିବାକୁ ନିର୍ଦ୍ଧାରଣ କରାଯାଇଛି ।

ଏହି ସବୁ କେନ୍ଦ୍ର ମାନଙ୍କରେ ଟିକାଦାନର ପୁର୍ବ ପ୍ରସ୍ତୁତି ଏବଂ ଟିକାଦାନ ବେଳେ ସେଠାରେ ଉପସ୍ଥିତ ରହି କିପରି ସୁଚାରୁରୁପେ ଏହି ଟିକାଦାନ ହୋଇପାରିବ ଏହାର ଅନୁଧ୍ୟାନ କରିବା ପାଇଁ ଫୁଲବାଣୀରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ବାଲିଗୁଡା ପାଇଁ ବାଲିଗୁଡା ଉପଜିଲ୍ଲପାଳ ଡ.ଶୁଭଙ୍କର ମହାପାତ୍ର,ଘୁ.ଉଦୟଗିରି ପାଇଁ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁାମର ଦାସ,ଟିକାବାଲି ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ଅତିରିକ୍ତ ପ୍ରକଳ୍ପ ପ୍ରଶାସକ ନରେଶଚନ୍ଦ୍ର ଶବର ଏବଂ କ.ନୁଆଗାଁ କେନ୍ଦ୍ର ପାଇଁ ବାଲିଗୁଡା ସମନ୍ୱିତ ଆଦିବାସି ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସୁରେଶ କୁମାର ପ୍ରଧାନ ରହିଛନ୍ତି ।

 

Leave A Reply