Odisha news

୫ମ ସହିଦ୍ ମେମୋରିଆଲ୍ କି୍ରକେଟ୍ ଟୁର୍ଣ୍ଣାମେଣ୍ଟଣ୍ଟ : ଟିକାବାଲି ଟିମ୍ ଚମ୍ପିୟାନ୍

0

ଫୁଲବାଣୀ,୧୨/୦୧(Santosh Mishra) : , ସହିଦ୍ ଯୋଦ୍ଧାଙ୍କ ସ୍ମୃତି ଉଦେ୍ଦଶ୍ୟରେ ସ୍ଥାନୀୟ ରିଜର୍ଭ ଗ୍ରାଉଣ୍ଡଠାରେ ଚାଲିଥିବା ୫ମ ସହିଦ୍ ମୋମେରିଆଲ୍ କି୍ରକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍ ମ୍ୟାଚ୍ ଜିଲା ପୁଲିସ୍ ଟିମ୍ ଓ ଟିକାବାଲି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜି ଅନୁଷ୍ଠିତ ମ୍ୟାଚ୍ ରେ ଜିଲା ପୁଲିସ୍ ଟିମ୍ ଟସ୍ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୯ ରନ୍ କରିଥିବା ବେଳେ ଏହାର ଜବାବରେ ଟିକାବାଲି ଟିମ୍ ୧୮ ଓଭରରେ ୮ ଉଇକେଟ୍ ହରାଇ ୧୨୧ ରନ୍ କରି ବିଜୟ ହୋଇଛନ୍ତି ।

ଟିକାବାଲି ଦଳ ୨ ଉଇକେଟ୍ରେ ବିଜୟ ଲାଭ କରି ଚମ୍ପିଆନ୍ ହୋଇଛନ୍ତି । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଏସ୍.ପି ବିପିନ ବିହାରୀ ବେହେରା , ଡ଼େପୁଟି କମାଣ୍ଟେଟ୍ ସନ୍ତୋଷ କୁମାର ଦଣ୍ଡସେନା , ଡ଼ି.ଏସ୍.ପି କେ.ପି.ପଟନାୟକ , ଡ଼ି.ଏସ୍.ପି ଆଲବିନେସ୍ କେରେକେଟା ଓ ସଦର ଏସ୍.ଡ଼ି.ପି.ଓ ମହେନ୍ଦ ନାଥ ମୁର୍ମୁଙ୍କ ସମେତ ପୁଲସ୍ କନେଷ୍ଟବଳ ସଂଘର ସଭାପତି ଓ ସଂପାଦକ ପ୍ରମୁଖ ଏଥିରେ ଅତିଥିଭାବେ ଯୋଗଦେଇ ଚମ୍ପିଆନ୍ ଦଳ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ ।

ଅନୁଷ୍ଠିତ କାର୍ଯ୍ୟକ୍ରମକୁ ରିଜର୍ଭ ଇନିସେପକ୍ଟର ଧର୍ମେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଟିକାବାଲି ଟିମ୍ ର ସମସେର ଆଜମ୍ ରିଜିବି , , ମ୍ୟାନ୍ ଅଫ୍ ଦି ସିରିଜି ଭାବେ ଜିଲା ପୁଲିସ୍ ଟିମର ଅମରେଶ୍ୱର ପାତ୍ର , ଶ୍ରେଷ୍ଠ ଫିଲଡ଼ର ଭାବେ ଜିଲା ପୁଲିସ୍ ଟିମ୍ ର ଦିପକ ନାୟ , ଓ ଶ୍ରେଷ୍ଠ ଏନାରଜେଟିକ୍ ଖେଳାଳି ଭାବେ ଟିକାବାଲି ଟିମ୍ ର ପ୍ରକାଶ କହଁର , ଶ୍ରେଷ୍ଠ ହିଟିଙ୍ଗ୍ ବେଟସମେନ୍ ଭାବେ ଜିଲା ପୁଲିସ୍ ଟିମର ଶୁଶିଳ କହଁରଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏଥିରେ ଜିଲାର ୧୨ ଟି ବ୍ଳକର ୧୨ଟି ଟିମ୍ ଭାଗନେଇଥିଲେ । ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ଜିଲା କନେଷ୍ଟବଳ ସଂଘ ସମେତ ସର୍ଜେଣ୍ଟ ସରୋଜ ବେହେରା ଓ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Nalco
Leave A Reply