Odisha news

ବନଜ୍ୟୋସ୍ନôା ସାହିତ୍ୟ ସଂସଦର ଦ୍ୱୀବାର୍ଷିକ କମକର୍ତା ନିର୍ବାଚନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନôା ସାହିତ୍ୟ ସଂସଦର ନୂତନ କର୍ମକର୍ତା ଚୟନ ଏବଂ ନୂଆ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୋଭିଡ୍ ନିୟମ ପାଳନ ମୁତାବକ ସ୍ଥାନୀୟ ଶିକ୍ଷକ କଲୋନୀ ଠାରେ ଅନୁଷ୍ଠାନର ବତିଶି ରୁ ଉଦ୍ଧ୍ୱର୍ ସଭ୍ୟ / ସଭ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ତୀର୍ଥ ଜାନୀଙ୍କ ଅଧ୍ୟକ୍ଷତାରେ ସଂସଦର ସାଧାରଣ ବୈଠକ ଓ ଆଲୋଚନା ପରେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚନ ଓ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି ।

ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଉପଦେଷ୍ଟା ଆଇନ ଜୀବୀ ଶ୍ରୀ କୈାଶିକ ସାହୁ ନିର୍ବାଚନ ପରିଚାଳନା କରିଥିଲେ । ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବେ-ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଉପ ସଭାପତି ଭାବେ- ଡକ୍ଟର ପୂର୍ଣେନ୍ଦୁ ତ୍ରିପାଠୀ ଏବଂ ଶରତଚନ୍ଦ୍ର ମହାନ୍ତି , ମୁଖ୍ୟ ସମ୍ପାଦକ ଭାବେ ଡକ୍ଟର କାହ୍ନୁ ଚରଣ ଶତପଥୀଙ୍କୁ ଚୟନ କରା ଯାଇଛି । ସେହିପରି ସହ ସମ୍ପାଦକ ଭାବେ-ପ୍ରଣତୀ ତ୍ରିପାଠୀ ଏବଂ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ରହିଛନ୍ତି ।

ସଙ୍ଗଠନ ସମ୍ପାଦକ-ଶ୍ରୀ ଓମ୍ ପ୍ରକାଶ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଭାବେ-ସୁଶ୍ରୀ ଶିବାନୀ ସୁଆର (ମୁସ୍କାନ) କାର୍ଯ୍ୟକାରୀ ସଦସ୍ୟ ଭାବେ-ଶ୍ରୀ ପ୍ରଣୟ କୁମାର ସାମନ୍ତରାୟ, ଗୋପାଳ କୃଷ୍ଣ ପଟ୍ଟନାୟକ, ସୋମନାଥ ସାହୁ ,ଶ୍ରୀମତୀ କଳ୍ପନା ପାତ୍ର,ଗୀତାଞ୍ଜଳୀ ପଟ୍ଟନାୟକ ଓ ସରସ୍ୱତୀ ସାହୁ ରହିଛନ୍ତି । ମୁଖ୍ୟ ଉପଦେଷ୍ଟା ଭାବେ -ପ୍ରାଧ୍ୟପକ ତୀର୍ଥ ଜାନୀ ଓ ବରିଷ୍ଠ ଉପଦେଷ୍ଟା ଭାବେ ଶ୍ରୀ କୈାଶିକ ସାହୁ । ଉପଦେଷ୍ଟା ଭାବେ-ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ , ଶ୍ରୀ ରାମଚନ୍ଦ୍ର ନାୟକ ଓ ଶ୍ରୀ ରବୀନ୍ଦ୍ର ନାଥ ରଥଙ୍କୁ ରଖାଯାଇଛି । ଆଗାମୀ ମାର୍ଚ୍ଚ ମାସରେ ଦ୍ୱାଦଶ ପୁସ୍ତକ ଉସôବ ଓ ସାଂସ୍କୃତିକ ମେଳା କରିବା ପାଇଁ ସ୍ଥିର କରାଯାଇଛି ।

ଏହି ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭା ଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ । ସେଥିପାଇଁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅବଦାନଥିବା ବ୍ୟକ୍ତି ମାନେ ଆବେଦନ କରିବା ପାଇଁ ସମ୍ପାଦକ ଅନୁରୋଧ କରିଛନ୍ତି । ପତ୍ରିକା ପରିଚାଳନା କମିଟିରେ-ଶ୍ରୀ ତୀର୍ଥ ଜାନୀ,ଶ୍ରମତୀ ବିରାଜିନୀ ମହାପାତ୍ର,ସୁନିତୀ ଆଚାରୀ, ଶରତଚନ୍ଦ୍ର ମହାନ୍ତି । ନୂତନ ସଭାପତିଙ୍କ ବକ୍ତବ୍ୟ ପରେ କାର୍ଯ୍ୟକାରୀ ସଦସ୍ୟା କଳ୍ପନା ପାତ୍ର ଧନ୍ୟବାଦ ଅର୍ପଣ କରିଥଲେ ।

 

Nalco
Leave A Reply