ଅପରେସନ ନାମରେ ଆଣି ଅଧାବାଟରେ ଛାଡିଲେ,ଅର୍ଥ ଆଦାୟ କୁ ନେଇ ଉତେଜନା ସ୍ୱେଚ୍ଛାସେବୀ ସଂଗଠନ ଓ ପୁଲିସ୍ ଦେଖାଇଲେ ମାନବିକତା
ଫୁଲବାଣୀ(ସନ୍ତୋଷ ମିଶ୍ର) : ଅପରେସନ ନାମରେ ମଧ୍ୟସ୍ଥିତଙ୍କ ଅର୍ଥ ଆଦାୟ । ଏହାକୁ ନେଇ ଉତେଜନା ମୂଳକ ପରିସ୍ଥିତି । ତେବେ ପରିସ୍ଥିତି ଦେଖି ଅପରେସନ ପାଇଁ ପ୍ରସ୍ତୁତ ଥିବା ବୃଦ୍ଧ ଓ ବୃଦ୍ଧାଙ୍କୁ ନେବାକୁ ଆସିଥିବା ସଂସ୍ଥାର ଗାଡ଼ି ଛାଡ଼ି ଚମ୍ପଟ୍ ମାରିଛି ହୋଇଯାଇଛି । ଅନ୍ୟପଟେ ଖବର ପାଇଁ ଘଟଣା ସ୍ଥଳରେ ସ୍ୱେଚ୍ଛାସବେ ସଂଗଠନ ଟିମ୍ ହୁ୍ୟମାନିଟ୍ କନ୍ଧମାଳର ସଦସ୍ୟମାନେ ପହଁଚି ଭୋକ ଉପାସରେ ଆଉଟୁ ପାଉଟୁ ହେଉଥିବା ବୃଦ୍ଧ ଓ ବୃଦ୍ଦା ମାନଙ୍କୁ ଖାଦ୍ୟର ବ୍ୟବସ୍ଥା କରିଥିବା ବେଳେ ସଂଗଠନର ସଦସ୍ୟ ମାନଙ୍କ ଠାରୁ ଖବର ପାଇଁ ଗୋଛାପଡ଼ା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ପହଞ୍ଚି ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ନିଜ ଗାଡ଼ିରେ ଓ ଭଡ଼ା କରି ସେମାନଙ୍କ ନିଜ ନିଜ ଗ୍ରମାରେ ଛାଡ଼ିବା ସହିତ ଦେଖାଇଥିଲେ ମାନବିକାତାର ପରିଚୟ । ସ୍ୱେଚ୍ଚାସେବୀ ସଂଗଠନ ଓ ପୁଲିସ୍ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ମଧ୍ୟ ବେସ୍ ପ୍ରଶଂସା କରିଛନ୍ତି
ମିଳିଥିବା ଖବର ପ୍ରକାରେ,ଗତ ଦିନରେ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଗୋଛାପଡ଼ା ଅଞ୍ଚଳର ଜନୈକ ବ୍ୟକ୍ତି ସୋନପୁର ଠାରେ ଏକ ସଂସ୍ଥା ଦ୍ୱାରା ମାଗଣାରେ ଚକ୍ଷୁ୍ୟ ଅପରେସନ ହୋଇ ଭଲ ହୋଇଥିଲେ ।
ତେବେ ସେ ଫେରିବା ପରେ କଟି୍ରଙ୍ଗିଆ ଓ ଜାମଝରି ବିଭିନ୍ନ ଗ୍ରାମର ପ୍ରାୟ ୨୨ ଜଣଙ୍କୁ ସେ ଏକତ୍ର କରି ମାଗଣାରେ ଚକ୍ଷ୍ୟୁ ଚିକିତ୍ସା କରାଯିବ କହି ଆଜି ନେବା ପାଇଁ କଟି୍ରଙ୍ଗିଆ ଛକରେ ଅପେକ୍ଷା କରିଥିଲେ । ଏନେଇ ସେ ସୋନପୁରର ସଂସ୍ଥା ସହିତ ମଧ୍ୟ ଯୋଗାଯୋଗ କରିଥିଲେ । ତେବେ ଆଜି ସକାଳ ପ୍ରାୟ ୧୦ ଘଟିବା ସମୟରେ ସଂସ୍ଥାର ଗାଡ଼ି ଆସି ପହଞ୍ଚିଥିଲା । ତେବେ ଏହା ପୂର୍ବରୁ ମଧ୍ୟସ୍ଥି ସାଜିଥିବା ବ୍ୟକ୍ତି ଜଣକ ମାଗଣା କହିଥିଲେ ମଧ୍ୟ ଗାଡ଼ି ପାଖରେ ୨୨ ଜଣ ବୃଦ୍ଧ ଓ ବୃଦ୍ଦା ପହଁ
ଚିବା ପରେ ସେମାନଙ୍କୁ ଠାରୁ ଜୋରଜବରଦସ୍ତ ୫୦୦ ଟଙ୍କା ଅର୍ଥ ଦାବିକରିଥିଲେ । କେତେକ କିଛି ନପଚାରି ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ଏହାକୁ ଅନ୍ୟ କେତେକ ବିରୋଧ କରିଥିଲେ । ଏହାକୁ ନେଇ ଏକ ପ୍ରକାର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେଠାରେ ଥିବା ସଂସ୍ଥାର କର୍ମଚାରୀ ମାନେ ଘଟଣା ସଂପର୍କରେ ସଂସ୍ଥାର ମୁଖ୍ୟଙ୍କୁ ଜଣାଇଥିଲେ । ତେବେ ଅପରେସନ ନାମରେ ମଧ୍ୟସ୍ଥି ଜଣକ ଅର୍ଥ ଆଦାୟ କରାଥିବା ଜାଣିବା ପରେ ସଂସ୍ଥାର ପରମର୍ଶ ପ୍ରକାରେ ସେଠାରେ ଗାଡ଼ି ସହିତ ଥିବା କର୍ମଚାରୀ ମାନେ ସେଠାରେ କୌଣସି ପ୍ରକାର ପଳାଇ ଯାଇଥିଲୋ ପରେ ୨୨ ଜଣ ବୃଦ୍ଧ ଓ ବୃଦ୍ଧା ସହିତ ଗ୍ରାମବାସୀ ମାନେ ମଧ୍ୟସ୍ଥିଙ୍କୁ ଅଟକ ରଖିବା ସହିତ ଅର୍ଥ ଫେରାଇବାକୁ ଦାବି କରିଥିଲେ ।
ମଧ୍ୟସ୍ଥି ଜଣକ କେତେକଙ୍କୁ ଟଙ୍କା ଫେରାଇଥିଲେ ମଧ୍ୟ ଉତ୍ତେଜନା ଅଧିକ ହେବାରୁ ସେଠାରୁ ସେ କୌଣସି ପ୍ରକାର ଖସି ପଳାଇଥିଲେ । ସକାଳୁ ପ୍ରାୟ ୬ଟାରୁ ସେଠାରେ ଅପରେସନ ପାଇଁ ଅପେକ୍ଷା କରିଥିବା ବ୍ୟକ୍ତିମାନେ ପୁଲିସ୍ ସହାୟତରେ ନିଜ ନିଜ ଗ୍ରମାକୁ ଫେରିଥିବା ବେଳେ ଏଥିରେ ଗୋଛାପଡ଼ା ପୁଲିସ୍ ମଧ୍ୟ ହସ୍ତକ୍ଷେପ କରି ମଧ୍ୟସ୍ଥିକୁ ପଚରା ଉଚରା ଆରମ୍ଭ କରିଛି । ପ୍ରକାଶଯେ, ଅପରେସନ ପାଇଁ ଫୁଲବାଣୀ ବ୍ଳକର ଜାମଝରୀ ପଂଚାୟତର ଗୁନ୍ଦାଲି ଗ୍ରାମ ଓ କଟି୍ରଙ୍ଗିଆ ପଂଚାୟତର ନେଡ଼ିପଙ୍ଗା ଗ୍ରାମର ୯ ଜଣ ପୁରୁଷ ଓ ୧୨ ଜଣ ମହିଳା ଅପରେସନକୁ ଯିବା ପାଇଁ ସେଠାରେ ଅପେକ୍ଷା କରିଥିଲେ । ଏହିମାନେ କିଏ କେତେଦୂରରୁ ଚାଲି ଚାଲି ଆସି କଟି୍ରଙ୍ଗିଆ ଛକରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଭୋକ ଉପାସରେ ଅପେକ୍ଷା କରିଥିବାର ବୃଦ୍ଧା ଲାଲାବତି କହଁର , କ୍ରାନ୍ଧା କହଁର , ଚାନ୍ଦିନି କହଁର , ମଣି ବିନ୍ଦାଣୀ , ଲେଟ୍ ବିନ୍ଧାଣୀ ଓ ଅନ୍ୟମାନେ ପ୍ରକାଶ କରିଛନ୍ତି ।
