ଫୁଲବାଣୀ(ସନ୍ତୋଷ ମିଶ୍ର) : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ଚକାପାଦ ଥାନା ଅଂଚଳରେ ଥିବା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଗୁରୁବାର ଦିନ ସକାଳେ ମାଓବାଦୀ ମାନଙ୍କ ସହିତ ଡିଭିଏଫ ଏବଂ ଏସଓଜି ଜବାନ ମାନେ ମୁହାଁମୁହିଁ ହୋଇଛନ୍ତି । ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଂଚ ଜଙ୍ଗଲ ଆଢୁଆଳରେ ସେଠାରୁ ଖସିପଳାଇବାରେ ମାଓବାଦୀ ମାନେ ସଫଳ ହୋଇଛନ୍ତି । ଆଜି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଗଣାମାଧ୍ୟମକୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତନ୍ତି । ସୂଚନା ଅନୁସାରେ ସେହି ଅଂଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିବାପରେ ଏସପିଙ୍କ ନିଦେ୍ର୍ଧଶରେ ଗତ ୬ ତାରିଖ ମଙ୍ଗଳବାର ଏସଓଜି ଏବଂ ଡିଭିଏଫ ଜବାନ ମାନଙ୍କ ଦ୍ୱାରା ଏହି ଅଂଚଳରେ କୁମ୍ବିଙ୍ଗ ଅପରେସନ ଜାରୀ ରହିଥିଲା ।
ପରଦିନ ସକାଳ ସମୟରେ ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ଜବାନମାନେ ମାଓବାଦୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଜବାନ ମାନଙ୍କୁ ଦେଖି ମାଓବାଦୀ ମାନେ ଅତର୍କିତ ଭାବରେ ଲଗାତାର ଭାବରେ ଗୁଳିଚାଳନା କରିବା ସହିତ ଗ୍ରେନେଡ ମାଡ କରିଥିଲେ । ଜବାନମାନେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେବା ସତ୍ୱେ ସେମାନେ ଏହାକୁ ନମାନିବାରୁ ଜବାନ ମାନେ ମଧ୍ୟ ସୁରକ୍ଷିତ ଯାଗାରେ ରହି ନିୟନ୍ତ୍ରିତ ଭାବରେ ପାଲଟା ଗୁଳିଚାଳନା କରିଥିଲେ । ସେଠାରେ ପ୍ରାୟ ୧୫ ମିନିଟ ଧରି ଉଭୟ ମାଓବାଦୀ ଏବଂ ଜବାନ ମାନଙ୍କ ମଧୟରେ ଗୁଳି ବିନିମୟ ହୋଇଥିଲା । ସେଠାରେ ଘଂଚ ଜଙ୍ଗଲର ଭିତରେ ସେଠାରୁ ଖସିଚାଲିଯିବାରେ ମାଓବାଦୀ ମାନେ ସଫଳ ହୋଇଥିଲେ ବୋଲି କହିଛନ୍ତି ଏସପି । ତେବେ ଏଥିରେ କୌଣସି ଜବାନ ଆହତ ହୋଇନଥିବା ବେଳେ ମାଓବାଦୀ ମାନଙ୍କ ମଧ୍ୟରୁ କିଛି ଆହତ ହୋଇଥିବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଏସପି, ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ପୋଲିସ ୨ଟି ହେଣ୍ଡ ଗ୍ରେନେଡ,୨ ପକେଟ ବିସ୍ଫୋରକ ସାମଗ୍ରୀ,ଡେଟୋନେଟର,ମାଓ ପୋଷାକ,ଗୁଳି ରଖାଯିବା ପାଉଚ,କିଛି ପରିମାଣର ଲୁହାର ଟୁକୁଡା,ମାଓ ପୁସ୍ତିକା,ବିଭିନ୍ନ ଔଷଧ ସମେତ ବିପୁଳ ପରିମାଣର ମାଓ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି ।
ତେବେ ସେଠାରେ ମାଓବାଦୀ ମାନଙ୍କର ଓଡିଶା ରାଜ୍ୟ କମିଟିର ୧୫ରୁ ୨୦ ଜଣ ସଦସ୍ୟ ରହିଥିବା ପୋଲିସକୁ ଜଣାପଡିଥିବା ବେଳେ କୌଣସି କ୍ୟାଡର ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଜଣା ପଡିନଥିବା କହିଛନ୍ତି ଏସପି । ଜିଲ୍ଲାରେ ପୋଲିସ ପକ୍ଷରୁ ଲଗାତାର ଭାବରେ କୁମ୍ବିଙ୍ଗ ଅପରେସନ ଜାରୀ ରହିଥିବାରୁ ମାଓବାଦୀ ମାନେ ସେମାମନଙ୍କର ଠିକଣା ବଦଳାଇବାରେ ଲାଗିଛନ୍ତି । ସୂଚନା ଯୋଗ୍ୟ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାର ଦିର୍ଘ ଦିନପରେ ଚକାପାଦର ଗସମା ଅଂଚଳରେ ଏବଂ ଆଖପାଖରେ ମାଓ ଗତିବିଧି ଦେଖିବାକୁ ମିଳିଛି । ସେଠାରେ ବର୍ତମାନ ମଧ୍ୟ କୁମ୍ବିଙ୍ଗ ଅପରେସନ ଜାରୀ ରହିଛି ବୋଲି ସୂଚନା ଦେଇଛନ୍ତି ଏସପି ଶ୍ରୀ ଅଗ୍ରୱାଲ ।