ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କଲା କନ୍ଧମାଳ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ , ସାମ୍ବାଦିକ ସୁରକ୍ଷା ଆଇନ ଦାବୀରେ ରାଜ୍ୟପାଳଙ୍କୁ ଦାବୀ ପତ୍ର
ଫୁଲବାଣୀ,୨୬/୧୨(Santosh Mishra) : ଖବର ସଂଗ୍ରହ ପାଇଁ ଯାଇଥିବା ନୟାଗଡ ଜିଲ୍ଲାର ଯଦୁପୁର ଠାରେ ନନ୍ଦୀଘୋଷ ଟିଭିର ପ୍ରତିନିଧି ଏବଂ ବାଲେଶ୍ୱର ଜିଲ୍ଲା ସୋରର ଅର୍ଗସ ପ୍ରତିନିଧି ମାନଙ୍କୁ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି କନ୍ଧମାଳ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ । ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଲଗାତାର ଭାବରେ ଆକ୍ରମଣ ଯୋଗୁଁ ଓଡିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସର ଅନୁବନ୍ଧିତ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ସରକାରଙ୍କ ନିକଟରେ ସାମ୍ବାଦିକ ସୁରକ୍ଷା ଆଇନ ଅଣିବାକୁ ମଧ୍ୟ ଦାବୀ ରଖାଯାଇଛି । ଆଜି କନ୍ଧମାଳ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍(କେ.ୟୁ.ଜେ)ର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ବ୍ରଜମୋହନ ନାୟକଙ୍କ ସମେତ ଉପସଭାପତି ବଳଦେବ ବେହେରା,ମିଡିଆ କୋଡିନେଟର ସନ୍ତୋଷ କୁମାର ମିଶ୍ର,କୋଷାଧ୍ୟକ୍ଷ ମନୋଜ କୁମାର ଗୌଡ,ଉନ୍ନୟନ ପାଣ୍ଠି ସଂଯୋଜକ ଅଶୋକ କୁମାର ମହାନ୍ତି,ଆଇନ ଉପଦେଷ୍ଠା ଆଦିତ୍ୟ ପ୍ରସାଦ ତି୍ରପାଠୀ,ସାମ୍ବାଦିକ ସୂଜିତ କୁମାର ବେହେରା,ଗୌରଚରଣ ବେହେରା,ହୁରଞ୍ଜନ ସେଠୀ,ରମେଶଚନ୍ଦ୍ର ପ୍ରଧାନ,ଶିବପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ନୟାଗଡ ଜିଲ୍ଲା ଯଦୁପୁର ଏବଂ ବାଲେଶ୍ୱର ଜିଲ୍ଲା ସୋରଠାରେ ଖବର ସଂଗ୍ରହ ବେଳେ ସାମ୍ବାଦିକ ମାନଙ୍କୁ ହୋଇଥିବା ଆକ୍ରମଣର ଦୃଢ ନିନ୍ଦା କରାଯିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟ ଘଟଣାର ସମସ୍ତ ଆକ୍ରମଣକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ଦାବୀ ଉଲ୍ଲେଖ କରାଯାଇଛି । ସାମ୍ବାଦିକ ମାନେ ନିଜର ଜୀବନକୁ ବିପଦରେ ପକାଇ ସମାଜ କଲ୍ୟାଣରେ ନିଜକୁ ନିୟୋଜିତ କରୁଥିବାବେଳେ ବିଭିନ୍ନ ସମୟରେ ସେମାନେ ଆକ୍ରମଣ ଓ ଆକୋ୍ରଶର ଶୀକାର ହେଥିବାରୁ ସରକାର ସାମ୍ବାଦିକ ମାନଙ୍କର ସାମୁହିକ ସୁରକ୍ଷା ପାଇଁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଅଣିବାକୁ ଦାବୀ କରାଯାଇଛି । ସେହିପରି କନ୍ଧମାଳ ଜିଲ୍ଲା ମାଓ ଅଧ୍ୟୂସିତ ଅଂଚଳ ଏବଂ ଗଞ୍ଜେଇ ମାଫିଆଙ୍କ ଚରାଭୁଈଁ ହୋଇଥିବାରୁ ଏଠାରେ ମଧ୍ୟ ସାମ୍ବାଦିକ ମନଙ୍କର ଜୀବନ ପ୍ରତି ବିପଦ ରହିଛି । ତେଣୁ କନ୍ଧମାଳ ସମେତ ସମସ୍ତ ମାଓ ଅଧୂ୍ୟସିତ ଅଂଚଳରେ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ମଧ୍ୟ ବାଦୀ କରାଯାଇଛି ଏହି ଦାବୀ ପତ୍ରରେ ।