ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲାର ସୁପରିଚିତ ସ୍ୱେଛାସେବୀ ସଂଗଠନ ଟିମ ହୁ୍ୟମାନିଟିର ବାର୍ଷିକ ସମ୍ମିଳନୀ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଫୁଲବାଣୀ ତୁଡିପାଜୁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିମର ଫିରିଙ୍ଗିଆ,ସାରଙ୍ଗଡ,ଟିକାବାଲି,ଘୁ.ଉଦୟଗିରି ଏବଂ ଫୁଲବାଣୀର ସଦସ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଏକ ସାଧାରଣ ପରିଷଦର ବୈଠକ ଅନୁଷ୍ଠାନର ଉପଦେଷ୍ଠା ପ୍ରଶାନ୍ତ କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାରେ ଥିବା ଟିମର ସଦସ୍ୟ ମାନଙ୍କ ଦ୍ୱାରା କରାଯାଇଥିବା ରକ୍ତଦାନଠାରୁ ଆରମ୍ଭ କରି ଅସହାୟମାନଙ୍କୁ ସହାୟତା ପ୍ରଦାନ କରାଯିବା,ସଡକ ଦୁର୍ଘଟଣାରେ ଗୁରୁତର ଆହତ ମାନଙ୍କୁ ସହାୟତା ପ୍ରଦାନ କରାଯିବା,ପ୍ରକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ସହାୟତା କରିବା ସହିତ ସ୍ନେକ ହେଲ୍ପଲାଇନ ଜରିଆରେ ଲୋକଙ୍କ ଘରୁ ସାପଧରି ଜଙ୍ଗଲରେ ଛାଡିବା,କୋଭିଡ ଲକଡାଉନ ସମୟରେ ବିପନ୍ନ ଅସହାୟ ଲୋକଙ୍କୁ ଖାଦ୍ୟ ରାନ୍ଧି ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବା ଭଲି ବିଭିନ୍ନ କନକଲ୍ୟାଣ କାର୍ଯ୍ୟ ସବୁକୁ କିପରି ଆଗକୁ ପୁର୍ବଭଳି ଜାରୀ ରଖାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଆଲୋଚନାରେ ଟିମ ହୁ୍ୟମାନିଟିର ସଭାପତି ଭି.ଲୋକନାଥ ରାଜୁ ସମସ୍ତ ସଦସ୍ୟ ମାନଙ୍କୁ ପୁର୍ବ ଭଳି ସକି୍ରୀୟ ଭାବରେ କାର୍ଯ୍ୟ କରିବା ମାନସିକତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଟିମର ଅନ୍ୟ ଉପଦେଷ୍ଠା ଅଶୋକ କୁମାର ମହାନ୍ତି,ଦୀପକ କୁମାର ରଥ,ମାନଓ କୁମାର ପାତ୍ର ପ୍ରମୁଖ ସେମାନଙ୍କର ମୁଲ୍ୟବାନ ମତାମତ ପ୍ରଦାନ କରିଥିଲେ । ଏଥିରେ ଅନୁଷ୍ଠାନର ଅର୍ଥିକ ଅଭିବୃଦ୍ଧି ପାଇଁ ଉପଦେଷ୍ଠା ଏବଂ ଅନ୍ୟାନ୍ୟ କର୍ମକର୍ତା ତଥା ସଦସ୍ୟ ମାନଙ୍କର ମତାମତ ଆହ୍ୱାନ କରାଯାଇ ସେହି ଦିଗରେ କାର୍ଯ୍ୟକ୍ରମ ଜାରୀ ରଖିବାକୁ ମତ ପ୍ରକାଶ ପାଇଥିଲା । ଶେଷରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମୁହିକ ଭୋଜିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଦସ୍ୟ ମାନଙ୍କ ସହିତ ଫୁଲବାଣି ସହରର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଯୋଗ ଦେଇଥିଲେ ।
